ଏହି ମେଳାରେ ବିଭିନ୍ନ ପ୍ରକାର ଦୋକାନ ବଜାର ସାଙ୍ଗକୁ ମିନାବଜାର ର ମଜା ଉଠାଇଥିଲେ ଅଚଂଳ ର ହଜାର ହଜାର ଦର୍ଶକ । ଶେଷଦିନରେ ହଜାର ହଜାର ଦର୍ଶକ ମୁକ୍ତାକାଶ ରଙ୍ଗମଂଚ ରେ ପ୍ରଦର୍ଶିତ ହେଉଥିବା କଂସ ମହାରାଜ ଓ କୃଷ୍ଣ ବଳରାମ ଙ୍କ ଅଭିନୟ କୁ ମନଭରି ଉପଭୋଗ କରିଛନ୍ତି ।ଟାଇସର ଠାରେ ୨୦୧୭ ମସିହାରେ ଯାତ୍ରା କରିବାର ପାଇଁ କିଛି ଯୁବକ ଏକତ୍ରୀତ ହୋଇ ସେହି ସମୟରୁ ଧନୁଯାତ୍ରା ଆରମ୍ଭ ହୋଇଥିଲା ।
ଅଚଂଳର କଳାକାର ମାନଙ୍କୁ ନେଇ ଆରମ୍ଭ ହୋଇଥିବାଏହି ଧନୁଯାତ୍ରା ବର୍ଷକୁ ବର୍ଷ ତାର କଲେବର ବୃଦ୍ଧି ପାଇବାରେ ଲାଗିଛି। ବିଧାୟକ, ପୂର୍ବତନ ବିଧାୟକ ଓ ବିଶିଷ୍ଠ ବ୍ୟକ୍ତି ରାଜକୀୟ ଅତିଥି ଭାବରେ ଯୋଗଦାନ କରିଆସୁଛନ୍ତି। ଶେଷ ଦିନରେ କୃର୍ଷ୍ଣ ବଳରାମଙ୍କ ମଥୁରା ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ମଥୁରା ନଗରୀରେ କୃର୍ଷ୍ଣ ବଳରାମଙ୍କ ପ୍ରବେଶ, ସୁବଳୟା କୁବଳୟା ହସ୍ତି ନିଧନ, ଚାଣ୍ଡୁର ମୁଷ୍ଟିକ ଙ୍କ ସହ ମଲ୍ଲା ଯୁଦ୍ଦ ଶେଷରେ ଭଣଜା କୃର୍ଷ୍ଣଙ୍କୁ ଦେଖି କଂସ ନିଧନ କାର୍ଯ୍ୟକ୍ରମ ଲୋକେ ଉପଭୋଗ କରିଛନ୍ତି। ଚଳିତ ବର୍ଷ ବରଗଡ଼ ଜିଲ୍ଲାରୁ ଆସିଥିବା କଳାକାର ଓ ଆକର୍ଷଣୀୟ ରାଜ ଦରବାର ବିଷେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ବରଗଡ ଜିଲ୍ଲାରୁ ଆସିଥିବା କଂସ ଓ ବିଭିନ୍ନ କଳାକାରଙ୍କ କଳା ପରିବେଷଣ ବେଶ୍ ଆକର୍ଷଣୀୟ ହୋଇଥିବା କାରଣରୁ ହଜାର ହଜାର ଲୋକଙ୍କୁ ଟାଣି ଆଣିଥିଲା ଏହି ଯାତ୍ରାକୁ। ଅନେକ ସଂଖ୍ୟାରେ ଦୋକାନ ବଜାର ଆସିଥିବା ବେଳେ କୋଟି କୋଟି ଟଙ୍କାର କିଣା ବିକା କରିଥିଲେ ।ଏହା ସହିତ ଦୋଳି , ମିନାବଜାର, ଗୁପଚୁପ ଚାଟ ,ସହ ଫାଷ୍ଟଫୁଡର ମଜା ନେଇଥିଲେ ଦର୍ଶକ । ଏହି ୪ର୍ଥ ଧନୁଯାତ୍ରା ମହୋତ୍ସବ ଶାନ୍ତିଶୃଙ୍ଖଳାରେ ସମାପନ ହୋଇଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: