ଉକ୍ତ ସ୍ମାରକ ପତ୍ରରେ ମହେନ୍ଦ୍ରଗିରିର ସୁରକ୍ଷା ଓ ତିବ୍ବତୀୟ ଶରଣାର୍ଥିଙ୍କ ଦ୍ୱାରା ହୋଇଥିବା ଆପତିଜନକ କାର୍ଯ୍ୟକଳାପର ତଦନ୍ତ ଓ ଦଣ୍ଡବିଧାନ ପାଇଁ ଦାବୀ ହୋଇଛି । କିଛି ଶରଣାର୍ଥୀ ଯୁବକଯୁବତୀ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିସ ଭୋଜନ କରିଥିବା ଏକ ଭିଡ଼ିଓ ଭାଇରାଲ ହୋଇଥିଲା ।
ଏପରିକି ଭିମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର ପତକା ଉଡାଇଥିଲେ । ଏବଂ ଯୋତା ପିନ୍ଧି ମନ୍ଦିରରେ ପ୍ରବେସ କରିଥିଲେ । ଏବଂ ପରେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି । ତେଣୁ ଏହି ଯୁବ ଶରଣାର୍ଥିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ପାଇଁ ଦାବୀ କରିଛି ସଂଘ ।