ସୌଦାଗର ଗାଁକୁ ଫେରିଲେ ସତ, କିନ୍ତୁ ଶବ ହୋଇ ଫେରିଛନ୍ତି। ସତରେ ଭାଗ୍ୟର ବିଡ଼ମ୍ବନା କେମିତି ଯେ ଦେଢ଼ ମାସର ପୁଅକୁ ଦେଖିବା ପାଇଁ ନିଜ ଗାଁ ଜଗମୋହନ କୁ ଫେରୁଥିଲେ ସୌଦାଗର । କିନ୍ତୁ ନବ ଜନ୍ମିତ କୁନି ପୁଅକୁ ଦେଖିବାର ସ୍ୱପ୍ନ ସବୁ ଅଧୁରା ରହିଗଲା । ଟ୍ରେନ ଯାତ୍ରା ବେଳେ ଛତିଶଗଡ଼ର ଦନ୍ତେୱାଡା ଠାରେ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ଘଟିଛି।
ଏମିତି ମୃତ୍ୟୁ କାହାକୁ ନ ଆସୁ। ପୁରା ଗାଁ ସାହି ପରିଜନ ପରିବାର ଲୋକଙ୍କ ବୁକୁଫଟା ଚିତ୍କାର କରୁଛନ୍ତି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଜଗମୋହନ ଗ୍ରାମରେ। ଗାଁର ରଘୁନାଥ ବିଶ୍ୱାଳଙ୍କ ସାନ ପୁଅ ସୌଦାଗର ବିଶ୍ୱାଳ। 2013 ରେ ସେ ରେଳ ବିଭାଗ ର ସ୍ୱତନ୍ତ୍ର ସୁରକ୍ଷା ଫୋର୍ସର ର କନେଷ୍ଟବଳ ଭାବେ (RPSF) କାଯ୍ୟ କରୁଥିଲେ।
ସେ ବର୍ତ୍ତମାନ ଛତିଶଗଡ଼ କାମରୁଲରେ କାଯ୍ୟରତ ଥିବା ବେଳେ ଗତ 27 ତାରିଖରେ ସେ ଗ୍ରାମକୁ ଆସିବା ବେଳେ ଛତିଶଗଡ଼ ର ଦନ୍ତେବାଡା ଷ୍ଟେସନରେ ଟ୍ରେନ ଉପରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ନିକଟସ୍ଥ ଗିଦମ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡକ୍ଟର ଘୋଷଣା କରିଥିଲେ। ମୃତ ଯବାନ ସୌଦାଗରଙ୍କ ବାପା ରଘୁନାଥ ପୂର୍ବରୁ ଦେହାନ୍ତ ହୋଇ ସାରିଛି। ମା , ସ୍ତ୍ରୀ ଓ ଦେଢ଼ ମାସର ପୁତ୍ର ସନ୍ତାନଙ୍କୁ ନେଇ ତାଙ୍କ ଛୋଟ ପରିବାର। ସୌଦାଗର ଙ୍କ ମୃତ୍ୟୁରେ ନିଷ୍ପାପ ଶିଶୁ ବାପାକୁ ହରାଇଛି। ସ୍ତ୍ରୀ ଅସହାୟ ହୋଇଛି,ମା ର କୋଳ ଶୂନ୍ୟ ପାଲଟିଛି। ଏଭଳି ସ୍ଥିତିରେ ପରିବାରର ଭବିଷ୍ୟତ ଏବେ ଅନ୍ଧାର କୁ ଠେଲି ହୋଇଯାଛି। ଅନ୍ୟପଟେ ସୌଦାଗର ଗ୍ରାମର ଜଣେ ମିଷ୍ଟଭାସି, ମିସାଣିଆ ହୋଇଥିବାରୁ ଝୁରୁଛନ୍ତି ଏବେ ଗ୍ରାମବାସୀ।
ମୃତ ଯବାନଙ୍କ ପ୍ରାଥିବ ଶରୀର ଜନ୍ମ ମାଟି ଜଗମୋହନ କୁ ବିଭାଗୀୟ ଅଧିକାରୀ ଓ ସହକର୍ମୀ ମାନେ ଆଣି ପରିବାର କୁ ହସ୍ତାନ୍ତର କରିଛନ୍ତି। ହିନ୍ଦୁ ରୀତିନୀତି ପ୍ରକାରେ ତାଙ୍କର ଅନ୍ତିମ ସଂସ୍କାର ଜଗମୋହନ ସ୍ଥିତ ସତୀ ମଠ ଠାରେ ରାଷ୍ଟ୍ରୀୟ ସମ୍ମାନ ସହ ସଲାମି ଦିଆଯାଇଛି। ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ପରିବାର, ବନ୍ଧୁ ବର୍ଗ ଓ ସାହି ପଡୋଶୀ ଙ୍କ ଦ୍ୱରା ଯବାନ ସୌଦାଗର ଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ବିର ପୁଅ କୁ ହରାଇ ଆଜି ପୁରା ଗାଁ ସ୍ତବ୍ଧ ହୋଇଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।