ମାତ୍ର ଗାଁ ର ପରମ୍ପରା ଓ ରୀତିନୀତି ଅନୁଯାୟୀ ଏହାକୁ ଗ୍ରାମ ମୁଖିଆ ମାଝୀ ବାବା ରାମଚନ୍ଦ୍ର ହେମ୍ବ୍ରମ ଗ୍ରହଣ କରିନଥିଲେ । ତେଣୁ ସେମାନଂକୁ ସମାଜ କୁ ଭୁଲ ମାଗିବା ,ସହ ପରମ୍ପରା ଅନୁଯାୟୀ ବାହାଘର କରିବାକୁ କହି ଥିଲେ। କିନ୍ତୁ ମୁଖିଆ ଙ୍କ କଥାରେ ରାଜି ହୋଇ ନ ଥିଲେ ତାଙ୍କ ପରିବାର।
ଫଳରେ ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ ରଜନୀ ମଥାରେ ସିନ୍ଦୁର ପିନ୍ଧି ପାରିନଥିଲେ। ତେଣୁ ଶେଷରେ ଗ୍ରାମ ମୁଖିଆ ଙ୍କ କଥାରେ ରାଜି ହୋଇ,ଗତ ମାସ ଅକ୍ଟୋବର ୨୮ତାରିଖ ରେ ପରମ୍ପରା ଅନୁଯାୟୀ ବିବାହ କରିବାକୁ ଅଣ୍ଟା ଭିଡି ଥିଲେ ପାରାଉ ମାରାଣ୍ଡି ଙ୍କ ପରିବାର । ବିବାହ ପାଇଁ ଭୋଜି ଭାତ ଠାରୁ ଆରମ୍ଭ କରି ବେଦୀ ନିର୍ମାଣ ଓ ବନ୍ଧୁବାନ୍ଧବ ଙ୍କ ଭିଡ଼ ଜମିଥିଲା । କିନ୍ତୁ ବିନା ହାଣ୍ଡିଆ ରେ ବାହାଘର କେମିତି ହେଵ କହି,ବାହାଘର ବନ୍ଦ କରିଦେଲେ ଗାଁ ମୁଖିଆ ।
ତେଣୁ ଏ ନେଇ ପାରାଉ ଙ୍କ ପରିବାର କାମାକ୍ଷା ନଗର ଥାନା ର ଦ୍ୱାରସ୍ତ ହୋଇଥିବା ବେଳେ, ଘଟଣା ସ୍ଥଳରେ ପହଂଚି ଗାଁ ମୁଖିଆ ଙ୍କୁ ବୁଝାଇବାକୁ ଯାଇ ନାକେଦମ ହୋଇଥିଲା ପୋଲିସ |ଶେଷରେ ଲକ୍ଷଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହୋଇ ବାହାଘର ବନ୍ଦ ହୋଇଛି |ସେପଟେ ଆଧୁନିକ ବିବାହ କୁ ବିରୋଧ କରି ଗାଁ ମୁଖିଆ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ହାଣ୍ଡିଆ ମଦ ନ ଦେବାରୁ ବାହାଘର ବନ୍ଦ ଘଟଣା ସଭ୍ୟ ସମାଜ ରେ ଗ୍ରହଣୀୟ ନୁହେଁ, ବୋଲି କହିଛନ୍ତି ବୁଦ୍ଧିଜୀବୀ |
ଓଡିଶା ଖବର ଆହୁରି ପଢ଼ନ୍ତୁ ।