ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି , କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧୀନସ୍ଥ ଟାମକିଆ ଗୁଡ଼ା ଗାଁରେ। ୩ ରୁ ୪ ଖଣ୍ଡ ଗାଁ ର ମହିଳାମାନେ ଏକତ୍ରିତ ହୋଇ ମଦ ଭାଟି ଭାଙ୍ଗି ଥିବା ଜଣାପଡିଛି । ଗାଁର ମହିଳା କହିବା ଅନୁସାରେ ମଦ ଯୋଗୁଁ ଆମର, ବହୁ ଧନ ଜୀବନ ନଷ୍ଟ ହେଉଛି। ସାନ ବଡ ସମସ୍ତେ ମଦୁଆ, ହେଉଛନ୍ତି। ମଦ ଯୋଗୁଁ, ଘରର, ଗଚ୍ଛିତ ଥିବା ଖାଦ୍ୟ ଜିନିଷ ପତ୍ର, ଚୋରି କରି, ମଦ ଭାଟିରେ ଆଣି ବିକି ଦେଉଛନ୍ତି। ଟଙ୍କା ପଇସା, ସୁନା ଗହଣା, କିଛି ରହୁ ନାହିଁ। ଖାଇବା ଚାଉଳ, ଆଦି ସବୁ ମଦ ପାଇଁ ନେଉଛନ୍ତି । ପୁଣି ଘରେ ଆସି, ଗଣ୍ଡଗୋଳ କରୁଛନ୍ତି। ପୁଅ ଝିଅଙ୍କ ଭବିଷ୍ୟତ କଥା, ଟିକେ ମଧ୍ୟ ଚିନ୍ତା କରୁନାହିଁ। ମଦ ଦ୍ବାରା ବ୍ୟବସାୟୀ ମାନେ ଆମ ଆଦିବାସୀ ମାନଙ୍କୁ ଶୋଷଣ କରୁଛନ୍ତି। ଆମ ଅଞ୍ଚଳରେ କୌଣସି ମଦ ବିକ୍ରି କରିବାକୁ ଦେବୁ ନାହିଁ। ଯଦି ଥାନା କିମ୍ବା ଅବକାରୀ ବିଭାଗ, କୌଣସି ବ୍ୟବସାୟୀଙ୍କୁ ମଦ ବିକ୍ରି କରିବାକୁ ଅନୁମତି ଦେଲେ, ତାଙ୍କ ବିରୋଧରେ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବୁ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର