କୋରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ....
ଅନୁଗୁଳ: ତେଲ ଚୋର କୁ ଧରିବାକୁ ଯାଇ ହରଡ଼ଘଟଣା ରେ ପଡିଲା । ସାଦା ପୋଷାକରେ ଗାଁକୁ ଯାଇଥିବା ପୋଲିସ କୁ ପିଲା ଚୋର ଭାବି ନିର୍ଧୁମ ପିଟିଲେ ଗ୍ରାମବାସୀ । ଏଭଳି ଏକ ରୋଚକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ । ଜିଲ୍ଲାର ବଅରପାଳ ଥାନା ଇଲାକାରେ ।
ବିଶେଷ ଜିଲ୍ଲାର ସୀମାରେ ଥିବା ଆମନା ସଂଯପଡା ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା । ଆଇଓସିଏଲ ର ତେଲ ଚୋରି ହେଉଥିବା ନେଇ ହୋଇଥିଲା ଅଭିଯୋଗ ।
ଏକି କ୍ରମରେ ବଅରପାଳ ଥାନା ର କିଛି ପୋଲିସ କର୍ମଚାରୀ ଚୋର ଧରିବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଭବନୀୟ ଘଟଣା । ପିଲା ଚୋର ସନ୍ଧେହରେ ପୋଲିସ ଙ୍କୁ ଗାଁ ଲୋକଙ୍କ ରୋଷର ଶିକାର ହେବାକୁ ପଡିଥିଲା । ସଂଘବଦ୍ଦ ଭାବେ ଗ୍ରାମବାସୀ ମାନେ ପୋଲିସ ଉପରକୁ ଆକ୍ରମଣ କରିବା ଫଳରେ ପ୍ରାୟ 4 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।
ସେପଟେ ପୋଲିସ ମାନେ ବ୍ୟବହାର କରିଥିବା ଗାଡିକୁ ମଧ୍ୟ ଭାଙ୍ଗିରୁଜି ଦେଇଛନ୍ତି ଗ୍ରାମବାସୀ । ଏଭଳି ସ୍ଥଳେ ପୋଲିସ ପାଖାପାଖି 18 ଜଣ ଙ୍କୁ ଥାନାରେ ଆଣି ଅଟକ ରଖିଥିବା ଜଣା ପଡ଼ିଛି ।