ଯୁବକ ଜଣକ ହେଲେ ବାରିପଦା ସହର ତକତପୁର ଅଞ୍ଚଳର ରଞ୍ଜନ କୁମାର ସେଠୀ। ସେ ଆଜକୁ ୧୨ ବର୍ଷ ପୂର୍ବେ ପୋଡା ଅସ୍ତିଆ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ନିଜ ସ୍ତ୍ରୀଙ୍କୁ ନ ଜଣାଇ କିଛି ଦିନ ହେଲା ଯୁବକ ଜଣକ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଉକ୍ତ ମହିଳା ଜଣଙ୍କ ବାଙ୍ଗିରିପୋଷି ବ୍ଲକ୍ ଅଁଳାଗୁଞ୍ଜା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ସେ ଗତ କିଛି ଦିନ ହେବ ବାରିପଦା ସହର ଦେବେନ୍ଦ୍ରପୁର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଉଭୟ ପ୍ରେମୀ ଯୁଗଳଙ୍କୁ ଧରିଥିଲେ ଗ୍ରାମବାସୀ। ଏହାପରେ ଉଭୟଙ୍କୁ ନିର୍ଧୁମ ଛେଚିଥିଲେ। ସମ୍ପୃକ୍ତ ଯୁବକ ଜଣକ ସମସ୍ତଙ୍କ ସମ୍ମୁଖରେ ନିଜର ଭୁଲ ସ୍ୱୀକାର କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୋକେ ପୋଲିସର ଆସିବାକୁ ଅପେକ୍ଷା ନକରି ଉକ୍ତ ମହିଳାଙ୍କୁ ଯେଉଁଭଳି ଭାବେ ମାରୁଥିଲେ। ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ ବ୍ୟୁରୋ: ପରକୀୟା ପ୍ରୀତିର କରୁଣ ପରିଣତି। ମହଙ୍ଗା ପଡିଲା ବିବାହିତ ଯୁବକଙ୍କ ପରକ୍ରିୟା ପ୍ରୀତି। ଅସଞ୍ଜତ ଅବସ୍ଥାରେ ଯୁବକଙ୍କୁ ଅନ୍ୟ ଜଣେ ମହିଳା ସହ ଶ୍ବଶୁରଘର ଲୋକେ ଧରିଛନ୍ତି। ସର୍ବ ସମ୍ମୁଖରେ ଉଭୟଙ୍କୁ ମାଡ଼ ମାରିବା ସହ ଉତ୍ତ୍ୟକ୍ତ ମହିଳାମାନେ ପୋଲିସ ଜିମା ଦେଇଛନ୍ତି।

ନୂଆଦିଲ୍ଲୀ: ଆଜି ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ। ଇଂଲଣ୍ଡର ଓଭାଲ ମୈଦାନରେ ଲଢ଼ିବେ ଭାରତ- ଅଷ୍ଟ୍ରେଲିଆ। ପ୍ରାୟ ଦଶନ୍ଧିର ଅପେକ୍ଷାରେ ବିରାମ ଲାଗିବା ନେଇ ପ୍ରତିଟି ଭାରତୀୟଙ୍କ ମନରେ ଆଶା ଓ ଉତ୍ସାହ। ପୂର୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ନ୍ୟୁଜିଲାଣ୍ଡା ଠାରୁ ପରାସ୍ତ ହୋଇଥିଲା ଭାରତ।
ହେଲେ ପୂର୍ବଥର ଅପେକ୍ଷା ଚଳିତ ଥର ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତଙ୍କ ନେତୃତ୍ବରେ ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଝିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଅଶ୍ବିନ୍, ଅକ୍ଷର ପଟେଲ, ଇଶାନ କିସନ, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ସାର୍ଦୁଲ ଠାକୁର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ନେଇ ଆକଳନ କରାଯାଉଛି। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ ମଧ୍ୟ ସୁଦୃଢ଼ ଥିବାରୁ ଦୁଇ ଦଳ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି।
ଅଧିକ ପଢନ୍ତୁ ଖେଳ ଖବର

ନୂଆଦିଲ୍ଲୀ: ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ପ୍ରତିବର୍ଷ ଜୁନ ୭ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ। ଯାହାର ଉଦ୍ଦେଶ୍ୟ ହେଉଛି ଖରାପ ଓ ଦୂଷିତ ଖାଦ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଲୋକଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ, ବର୍ତ୍ତମାନ ଅନେକ ଜିନିଷ ତିଆରିର ପ୍ରଣାଳି ବଦଳି ଯାଇଛି। ସେଥିରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରିତ ହେଉଛି। ତେଣୁ ଦୂଷିତ ଖାଦ୍ୟ ଓ ଜଳର କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ତାରିଖ ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଏ।
୨୦୧୭ ଡିସେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ୨୦୧୭ ଜୁଲାଇରେ ଖାଦ୍ୟ ଓ କୃଷି ସଙ୍ଗଠନ ସମ୍ମିଳନୀର ୪୦ତମ ଅଧିବେଶନରେ ଗ୍ରହଣ କରାଯାଇଥିବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକଳ୍ପକୁ ସମର୍ଥନ ଜଣାଇଥିଲା। ଏହା ପରେ ମିଳିତ ଜାତିସଂଘର ସାଧାରଣ ସଭାର ୭୩ତମ ଅଧିବେଶନର ଦ୍ୱିତୀୟ କମିଟି ସମ୍ମୁଖରେ ଏହି ସଂକଳ୍ପ ରଖାଯାଇଥିଲା, ଯାହା ସାଧାରଣ ସଭା (UNGA) ଦ୍ୱାରା ଗ୍ରହଣ କରାଯାଇଥିଲା । ଏହାପରେ ପ୍ରତିବର୍ଷ ଜୁନ୍ ୭ ତାରିଖକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା। ଏଥର ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ବିଷୟବସ୍ତୁ ହେଉଛି food standard save lives ଅର୍ଥାତ୍ ଜୀବନ ରକ୍ଷା କରେ ଖାଦ୍ୟର ମାନ।
ଅଧିକ ପଢନ୍ତୁ ଭାରତ ଖବର

ଅର୍ଗସ ବ୍ୟୁରୋ : ଆସନ୍ତା ବର୍ଷରୁ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି ଆସାମ ସରକାର। ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ। ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ। ଆସାମ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ଘୋଷଣା କରିଛନ୍ତି । ଏହାସହ ଖୁବଶୀଘ୍ର ଆସାମ ଶିକ୍ଷାବୋର୍ଡ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : ଆସାମ ଗୌହାଟିରେ ଭୂମିକମ୍ପ ଝଟ୍କା
10ମ ପରୀକ୍ଷା ଆସାମ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ବାରା ଆୟୋଜିତ କରାଯାଇଥାଏ. ସେହିଭଳି ଯୁକ୍ତ ୨ ପରୀକ୍ଷା ଆସାମ ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା କରାଯାଇଥାଏ.
