ଅର୍ଗସ ବ୍ୟୁରୋ: ଖାକି ବର୍ଦ୍ଦିରେ ମଦ ବେପାର। ଜବତ ବାଣ ଓ ମଦକୁ ପୋଲିସ ନେବା ବେଳେ ଧରିଲେ ଗ୍ରାମବାସୀ। ପଦାରେ ପଡିଲା ବେଗୁନିଆ ପୋଲିସର କଳାକାରାନାମା। ଦିନରେ ଡାହାଣୀ ହୋଇ ଲାଗିବା ଏବଂ ବିଳମ୍ବିତ ରାତିରେ ଗୁଣିଆ ହୋଇ ଝାଡିବା ପୋଲିସ ପାଇଁ ମହଙ୍ଗା ପଡିଛି। ଗତକାଲି ବେଗୁନିଆ ପୋଲିସ ବାଣ ଗୋଦାମରେ ଚଢାଉ କରି ଟ୍ରକ ଟ୍ରକ ବାଣ ଜବତ କରିଥିଲା। କିନ୍ତୁ ବାଣକୁ ନଷ୍ଟ କରାଯିବ କହି ନଷ୍ଟ ନକରି ଭଲ ଦାମି ବାଣକୁ ରାତିର ଅନ୍ଧାରରେ କରାଯାଉଥିଲା ଚୋରା ଚାଲଣ। ଥାନାର ପୋଲିସ କର୍ମଚାରୀ ମାନେ ଅନ୍ୟ ଏକ ମାରୁତି ଭ୍ୟାନରେ ଗାଡିରେ ମଧ୍ୟରାତ୍ରୀରେ ବାଣ ଏବଂ ଅନ୍ୟ ଏକ ଦୁର୍ଘଟଣାଗ୍ରସ୍ତ ଗାଡିରୁ ବାହାରିଥିବା ମଦକୁ ଅନ୍ୟତ୍ର ଚୋରା ଚାଲାଣ କରିବା ପାଇଁ ଯାଉଥିବା ବେଳେ ଧରିଲେ ଗ୍ରାମବାସୀ।
ଘଟଣାରେ ଜଣେ ପୋଲିସ ଡ୍ରାଇଭର ଏବଂ ଥାନାର ଅନ୍ୟ କିଛି କର୍ମଚାରୀ ସାମିଲ ହୋଇଥିବା ଘଟଣା ସ୍ଥଳରେ ମାନିଥିଲେ ପୋଲିସ ଡ୍ରାଇଭର। ପୋଲିସ ଥାନାର ପଛପଟ ଗେଟ ଦେଇ ରାତି ୧ ଟାରେ ମଦ ଓ ବାଣ ନେବା ବେଳେ ଗ୍ରାମବାସୀ ହାବୁଡରେ ପଡି ହଟ୍ଟହଟା ହୋଇଛି ପୋଲିସ। ଘଟଣା ସ୍ଥଳରେ ବିଳମ୍ବିତ ରାତ୍ରିରେ ଏସଡିପିଓ ପହଞ୍ଚି ଗାଡିକୁ ଏବଂ ଥାନା କର୍ମଚାରୀଙ୍କୁ ନିଜ ହେପାଜତକୁ ନେବା ସହିତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ମାନେ ଗାଡିଟିକୁ ଛାଡିଛନ୍ତି। ବେଗୁନିଆ ପୋଲିସ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ବେଳେ ଗୋମାଫିଆ, ଖଣିମାଫିଆ, ମଦମାଫିଆଙ୍କ ଠାରୁ ଟଙ୍କା ନେଇ ଛାଡି ଦେଉଥିବା ଅଭିଯୋଗ ହେଉଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: