ସୂଚନା ଅନୁସାରେ, ଉକ୍ତ ମଦ ଦୋକାନକୁ ଠିପି ବନ୍ଦର ଲାଇସେନ୍ସ ମିଳିଥିବା ବେଳେ, ମଦ ଦୋକାନ ପାଖରେ ମଦ ପିଉଛନ୍ତି ସ୍ଥାନୀୟ ଲୋକେ। ମଦ ଦୋକାନ ବାହାରେ ତିଆରି ହୋଇଛି ଅସ୍ଥାୟୀ ମଦ କାଉଣ୍ଟର।
ଅନ୍ୟପଟେ, ମଦ ଦୋକାନୀଙ୍କ କହିବା ଅନୁସାରେ, ଆମେ ଠିପି ବନ୍ଦ ମଦ ବିକ୍ରି କରୁଛୁ। ବାହାରେ କିଏ ମଦ୍ୟପାନ କରୁଛନ୍ତି ତାହାର ଉପରେ ଆମର ନଜର ନାହିଁ। ସେପଟେ ଘଟଣାକୁ ନେଇ ପୋଲିସ ଚୁପ୍। ଅବକାରୀ ବିଭାଗକୁ ସୂଚନା ଦିଆଯାଇଥିବା କହି ପାଟି ଚୁପ୍।