ମୁଣ୍ଡ ଉପରେ ନା ଅଛି ଛାତ ନା ଅଛି ଗାଁକୁ ଖଣ୍ଡେ ଭଲ ରାସ୍ତା । ରାୟଗଡା ଜିଲ୍ଲା ତାଡ଼ମା ପଞ୍ଚlୟତର ଗଡବା ଗ୍ରାମରେ 35ରୁ ଉର୍ଦ୍ଧ ଘର ଥିବା ବେଳେ 140ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି । ଏହି ଗ୍ରାମର ବାସିନ୍ଦା ପେଟପାଟଣା ନିମନ୍ତେ କୁଲି ମଜୁରୀ ଉପରେ ନିର୍ଭର କରିଥାନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାରଙ୍କ ଶାସନ କାଳ ଭିତରେ ଏମାନଙ୍କୁ ନା ମିଳିଛି ଖଣ୍ଡିଏ ଘର ନା ଗାଁକୁ ସଂଯୋଗ ହୋଇଛି ପକା ସଡକ। ମୁଣ୍ଡ ଉପରେ ଛାତ ଘର ଖଣ୍ଡେ ନଥିବାରୁ ନଡା ଛପର ଝାଟିମଟି ଘରେ ବର୍ଷବର୍ଷ ଧରି ଜୀବନ ବିତାଉଛନ୍ତି ଗଡବା ଗ୍ରାମବାସୀ। ଅନ୍ୟପକ୍ଷେରେ ଯଦି କହିବା ଗାଁ କୁ ପକା ସଡକ ଖଣ୍ଡେ ନଥିବା ହେତୁ ସ୍ବାସ୍ଥ୍ୟଗତ ସମସ୍ୟା ସମୟରେ ପଂହଁଚି ପାରୁନାହିଁ ଆମ୍ବୁଲାନ୍ସ । ଦୀର୍ଘ ଦୁଇ କିଲୋମିଟର ଖଟିଆ କିମ୍ବା ଭାରରେ ବୋହି ରାସ୍ତାକୁ ଆଣିବାକୁ ପଡୁଛି ଗର୍ଭବତୀ ମା ଏବଂ ପୀଡିତ ମାନଙ୍କୁ।
କେବେ ମିଳିବ ଏହି ଗ୍ରାମ ବାସୀମାନଙ୍କୁ ସେମାନଙ୍କର ଉଚିତ ହକ ଆଉ କେବେ ଜିଲ୍ଲା ପ୍ରଶାସନ ଏମାନଙ୍କ ପାଖରେ ପଂହଁଚି ବ ତାହା କେବଳ ଦେଖି ବାକୁ ବାକି ରହିଲା। ଉପାନ୍ତ ଅଞ୍ଚଳ ବାସୀ ବର୍ଷବର୍ଷ ଧରି ଭାଗ୍ୟକୁ ଆଦରି ପଡିରହିଛନ୍ତି ଭଙ୍ଗା କୁଡ଼ିଆ ଘରେ। ନାଅଛି ମୁଣ୍ଡକୁ ଛାତ ନାଁ ଅଛି ଗାଁ କୁ ରାସ୍ତା। ଏଠାରେ ନେତା ବଦଳୁଛନ୍ତି, ଅଧିକାରୀ ମଧ୍ୟ ବଦଳୁ ଛନ୍ତି।
କିନ୍ତୁ ବଦଳୁ ନାହିଁ ଉପାନ୍ତ ଅଞ୍ଚଳ ବାସୀଙ୍କ ଭ୍ୟାଗ୍ୟ ଓ ଭବିଶ୍ୱତ। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଦୁଃଖ ଶୁଣିବାକୁ କିମ୍ବା ଆହା କହିବାକୁ କେହି ନାହାନ୍ତି। ନିର୍ବାଚନ ସମୟ ଆସିଲେ ବିଭିନ୍ନ ପ୍ରଲୋଭନ ଦେଖାଇ ଗାଁ ଲୋକଙ୍କୁ ମାଳ ମାଳ ସ୍ୱପ୍ନ ଦେଖାନ୍ତି ନେତା ମନ୍ତ୍ରୀ। ଆଉ ନିର୍ବାଚନ ସରିଲେ ଅବସ୍ଥା ଯେଉଁଠି କି ସେଇଠି।