ଗତକାଲି ଜଣେ ରୋଗୀ ମୃତ୍ୟୁ ବରଣ କରି ଶବ ବାହକ ଗାଡ଼ି ପାଇଁ 2 ଘଣ୍ଟା ରୁ ଅଧିକ ସମୟ ଅପେକ୍ଷା କରିଲା ପରେ ମଧ୍ୟ କୌଣସି ଶବ ବାହକ ଗାଡ଼ି ନମିଳିବାରୁ ଶେଷରେ ଶବ କୁ ଦୀର୍ଘ 8 କିଲୋମିଟର କାନ୍ଧ ରେ ବହି ନେଇ ଗାଁ କୁ ପହଞ୍ଚାଇଥିଲେ। ତେବେ ନାହଁ ନାହିଁରେ ଚାଲିଥିବା ଏହି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ୟାର ସମାଧାନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ବାରମ୍ବାର ଅଞ୍ଚଳବାସୀ ଦାବୀ କରୁଥିବା କେହି ଶୁଣୁ ନାହାନ୍ତି ।
ଅନ୍ୟପକ୍ଷରେ ଗତକାଳିର ଘଟଣାକୁ ପ୍ରଶାସନ ତରଫରୁ ଚପେଇ ଦେବାକୁ ଉଦ୍ୟମ କରି ମୃତକଙ୍କ ପରିବାରକୁ ଜୋର ଜବରଦସ୍ତ ସିକିଉରୀଟି ଗାର୍ଡ କୁ ଧକ୍କା ଦେଇ ଶବକୁ ନେଇଯାଇଥିବା ଡାକ୍ତର ଦୁର୍ଗାପ୍ରସାଦ ସ୍ୱାଇଁ କହି ପରିବାର ଉପରକୁ ଦୋଷ ଲଦିଦେଇ ନିଜେ ଖସିବାକୁ ଚେଷ୍ଟା କରିବା ଜଣା ପଡ଼ିଛି। ଏ ବାବଦରେ ପରିବାର ଲୋକେ ସିସି ଟିଭି ଫୁଟେଜ ଚେକ କରିବାକୁ କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: