ଏଥିପାଇଁ ଗ୍ରାମବାସୀଙ୍କ ଉପରେ ଗ୍ରାମଦେବୀ ରାଗିଛନ୍ତି, ଗାଁକୁ ଦୋଷ ଲାଗିଛି, ଏହା ଦୂର କରିବାକୁ ପଡିବ,ଗାଁକୁ ସୁରକ୍ଷିତ କରିବାକୁ ପଡିବ। ମଦ ଯଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା କଥା ଭୁଲ । ଯାତ୍ରା କରିବାରେ ଅବହେଳାହିଁ ଏହାର କାରଣ, ବୋଲି ଗୁରୁମାଇ ଗ୍ରାମବାସୀଙ୍କୁ କହିବା ସହ ଏହାର ନିରାକରଣ ପାଇଁ ନଡ଼ିଆ, କଦଳୀ ଧୂପ, ଦୀପ ପୂଜା ସହ ଗାଁରେ କୁର୍ସି ବୁଲିବ, ଗାଁ ଚତୁର୍ପର୍ଶ୍ୱରେ କିଳା ମାରି ବାକୁ ପଡିବ,ମାଙ୍କୁ ଦେଶି କୁକୁଡ଼ା ଅଣ୍ଡା,ଦେଶି ମଦ,ଦେଶି କୁକୁଡ଼ା,ଘୁଷୁରୀ ବୋଳି ଦେବାକୁ ପଡିବ,ବୋଲି ଗାଁ ଲୋକଙ୍କୁ ବତେଇଥିଲେ । ଗ୍ରାମବାସୀ ମାନେ ତାଙ୍କ ମଧ୍ୟରେ ଚାନ୍ଦା ଆଦାୟ କରି ଗୁରୁମାଇ କହିଥିବା ସବୁ ସରଞ୍ଜାମ,ଘୁଷୁରୀ ସହ ସବୁ ଯୋଗାଇ ଦେଇଥିଲେ ।
ଏହାପରେ ଆରମ୍ଭ ହେଲା ଗୁରୁମାଇଙ୍କ ପୂଜା ବିଧି,ଗାଁ ମଝି ଏକ ପଡିଆରେ ଦେବୀ ଙ୍କୁ ରଖାଗଲା , ତାଙ୍କ ସାମନାରେ ଭୋଗ, ରାଗ ଲାଗିଲା ଦେଶି କୁକୁଡ଼ା ଅଣ୍ଡା,ରଖି କିଛି ସମୟ ପୂଜା କରାଗଲା, ଗାଁ କୁ ସୁରକ୍ଷିତ ରଖିବା ପାଇଁ ଗାଁର ଚାରି ଦିଗରେ ଲୁହା ଖୁଣ୍ଟି ମରଗଲା, ଗଛତଳେ ଥିବା ଦେବୀଙ୍କ ପାଖକୁ ଯାଇ ଧୂପ, ଦୀପ ଦେବାପରେ କୁର୍ସି ଗାଁ ବୁଲିଲା ଗ୍ରାମବାସୀମାନେ କୁର୍ସି ଦେବତାଙ୍କୁ ପୂଜାକଲେ।ଗାଁ ବୁଲିବା ପରେ କୁର୍ସି ଦେବତା ଯାଇ ବାଲି ଯାତ୍ରା ପଡ଼ିଆରେ ରହିଗଲେ, ଏହାପରେ ଗୁରୁମାଇ ଘୁଷୁରୀକୁ ବୋଳି ଦେବା ପୂର୍ବରୁ ମନ୍ତ୍ର,ତନ୍ତ୍ର ପଢିଲେ ଘୁଷୁରୀର ଚାରିଟି ଯାକ ଗୋଡ଼ ଧୁଆ ଗଲା,ଘୁଷୁରୀକୁ ଖାଇବାକୁ ଚାଉଳ ଦିଆଗଲା।
ଘୁଷୁରୀ ଚାଉଳ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରାଗଲା, ଚାଉଳ ଖାଇବା ପରେ ଗ୍ରାମବାସୀ ମାନେ ଜଣ ଜଣ କରି ଘୁଷୁରୀକୁ ଚାଉଳ ଦେଲେ। ଏହାପରେ ଘୁଷୁରୀକୁ ଅସ୍ଥାୟୀ ଭାବେ ପ୍ରତିଷ୍ଠା କରାଯାଇଥିବା ଦେବୀଙ୍କ ସମ୍ମୁଖରେ ଘୁଷୁରିର ବେକକୁ ଛୁରୀରେ କାଟି ବଳି ଦିଆଗଲା।ଏହାପରେ ଘୁଷୁରୀର ମୁଣ୍ଡକୁ ଦେବୀଙ୍କ ସାମନାରେ ରଖି ପ୍ରସାଦ ଚଢା ଯାଇଥିଲା। ଶେଷରେ ଗାଁର ସମସ୍ତ ପୁରୁଷ, ମହିଳା ଗୁରୁମାଇର ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ।
ଏବେ ଆଉ କୌଣସି ବିପତ୍ତି ଗାଁକୁ ଛୁଇଁବ ନାହିଁ,ମୃତ୍ୟୁର ତାଣ୍ଡବ ବନ୍ଦ ହେବ। ମଦ୍ୟପାନ ଦ୍ୱାରା ମୃତ୍ୟୁ କୁହାଯାଉଛି ଏହା ସତ ନାହିଁ ମାର ପ୍ରକୋପ ହୀ କାରଣ ବୋଲି ଗୁରୁମାଇ କହିଛି।ଗାଁ ଲୋକ ଏବେ ଶାନ୍ତିରେ ରହିବେ ଆଉ କିଛି ଭୟ ନାହିଁ ବୋଲି କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।