ଏପଟେ ପ୍ରାଚୀ ନଦୀ ଅବବାହିକାକୁ ଜନବସତି ମାଡ଼ି ଆସିବା ଫଳରେ ଗଛଲତା କଟା ହୋଇଯିବାରୁ ନଦୀରେ ଆଉ ପୂର୍ବଭଳି ପାଣି ନାହିଁ । ୨୧ରୁ୨୨ ପ୍ରାକୃତିକ ସ୍ରୋତ ଥିବା ଗଙ୍ଗବତୀ ନଦୀ ଗଙ୍ଗୁଆ ନାଳରେ ପରିଣତ ହେବା ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ାଇଛି। ସେପଟେ ରାଉରକେଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଅଣନିଃଶ୍ୱାସୀ ହୋଇଗଲାଣି। ପ୍ରଦୂଷଣରେ କବଳିତ ଏହି ନଦୀର ଅବସ୍ଥା ସାଂଘାତିକ। ଯାଜପୁର ଜିଲ୍ଲାର ପ୍ରବାହିତ ପ୍ରମୁଖ ନଦୀ ଗୁଡ଼ିକର ଅବସ୍ଥା ମଧ୍ୟ ସମାନ। ଗୋରୁ ଗାଈଙ୍କ ଚରାଭୂଇଁ ପାଲଟିଛି ବୈତରଣୀ ନଦୀ। ଶୁଖିଲା ନଦୀ ଗର୍ଭରେ ଗୋରୁ ଗାଈ ଚରୁଥିବାର ଏହି ଦୃଶ୍ୟ ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇଛି।
ମହାନଦୀର ଶାଖା ଓ ଉପନଦୀରେ ବି ଛୋଟବଡ଼ 20ଟି ବ୍ୟାରେଜ କରିବାକୁ ସରକାର ଯୋଜନା କରିଥିଲେ । ହୀରାକୁଦ ତଳ ମୁଣ୍ତରେ ୭ ଟି ବନ୍ଧ ପାଇ ମଧ୍ୟ ସରକାର ଘୋଷଣା କରିଥିଲେ । ଉଦ୍ଦେଶ୍ୟ ଥିଲା, ବର୍ଷା ବେଳେ ସମୁଦ୍ରକୁ ବହିଯାଇଥିବା 52% ପାଣିକୁ ଅଟକାଇ ଏହାକୁ ଖରାଦିନେ ବ୍ୟବହାର କରାଯିବ । ହେଲେ ବାସ୍ତବତା ବ୍ୟାରେଜ ତ ଦୂରର କଥା, ଏଥିପାଇଁ ସ୍ଥାନ ନିରୁପଣ ବି ହୋଇନି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: