ଦେଖନ୍ତୁ ଭିଡିଓ : କେମିତି ଖୋଲେ ହୀରାକୁଦ ଗେଟ ?
୨୦୧୬ର ନିଅଣ୍ଟିଆ ସ୍ଥିତି ସାରା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଥିଲା । ହୀରାକୁଦ ଜଳଭଣ୍ଡାର ଜଳସ୍ତର ଗତବର୍ଷ ଠାରୁ ୪ ଫୁଟ୍ ରୁ ଉର୍ଦ୍ଧ୍ବ ପାଣି ହ୍ରାସ ହୋଇଥିବା ବେଳେ ମେ/ଜୁନ୍ ବେଳକୁ ସ୍ଥିତି ଉତ୍କଟ ହେବାର ଆଶଙ୍କା ଦେଖାଦେଲାଣି ମହାନଦୀର ଶାଖା ଓ ଉପନଦୀରେ ବି ଛୋଟବଡ଼ 20ଟି ବ୍ୟାରେଜ କରିବାକୁ ସରକାର ଯୋଜନା କରିଥିଲେ । ଉଦ୍ଦେଶ୍ୟ ଥିଲା, ବର୍ଷା ବେଳେ ସମୁଦ୍ରକୁ ବହିଯାଇଥିବା 52% ପାଣିକୁ ଅଟକାଇ ଏହାକୁ ଖରାଦିନେ କାମରେ ବ୍ୟବହାର କରାଯିବ । ହେଲେ ବାସ୍ତବତା ବ୍ୟାରେଜ ତ ଦୂରର କଥା, ଏଥିପାଇଁ ସ୍ଥାନ ନିରୁପଣ ବି ହୋଇନି । ସରକାରଙ୍କ ଘୋଷଣା କେବଳ କଥାରେ ସୀମିତ ହୋଇ ରହିଯାଇଛି।