ଅଧିକ ପଢନ୍ତୁ ଓଡିଶା ଖବର
କିନ୍ତୁ ଦୀର୍ଘ ୪ଦିନ ଧରି ସିବିସି ମେସିନ ଖରାପ ଥିବାରୁ ରୋଗୀମାନେ ବାଧ୍ୟ ହଇ ଘରୋଇ ପ୍ୟାଥୋଲ୍ୟାବ ଉପରେ ନିର୍ଭର କରୁଛନ୍ତି lଏହି ସୁଯୋଗରେ ଭୋଗରାଇରେ ବହୁ ଘରୋଇ ପ୍ୟାଥୋଲ୍ୟାବ ରୋଗୀଙ୍କ ରକ୍ତ ନମୁନାର ସିବିସି ମେସିନରେ ପରୀକ୍ଷା କରିବା ବାବଦକୁ ୩ଶହରୁ ୫ଶହ ଟଙ୍କା ନେଉଛନ୍ତି ଫଳରେ ରୋଗୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ତୁରନ୍ତ ସିବିସି ମେସିନ ମରାମତି କରି ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାରଙ୍କୁ ଦାବି କରିଛନ୍ତି l ଭାଇରାଲ ଫିବର ସିଜିନ ଯୋଗୁଁ ଲୋକେ ଅଧିକ ଜ୍ୱର ରେ ପୀଡ଼ିତ ହେବାରୁ ଡାକ୍ତର ଖାନାକୁ ଆସୁଛନ୍ତି l ଡାକ୍ତର ଙ୍କ ପରାମର୍ଶରେ ଔଷଧ ସେବନ କଲେ ୩ରୁ୪ଦିନ ମଧ୍ୟରେ ଏହି ଜ୍ୱର ଭଲ ହଉଛି lଏ ପାଇଁ କାହାକୁ ଆତଙ୍କିତ ନ ହେବାକୁ ଗୋଷ୍ଟି ସ୍ଵାସ୍ଥ କେନ୍ଦ୍ର ଅଧିକାରୀ କହିଛନ୍ତି ଏବଂ ତୁରନ୍ତ ସିବିସି ମେସିନ ମରାମତି କରି ରୋଗୀ ଙ୍କୁ ସ୍ଵାସ୍ଥ ସେବା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି l