500 କୋଟି ଟଙ୍କାର ନ୍ୟାସନାଲ ହେରାଲ୍ଡରେ ଦୁର୍ନୀତି ହୋଇଛି । ଏ.ଜେ. ଏଲ କମ୍ପାନୀ ମାଧ୍ୟମରେ ତିନିଟି ପେପର ପ୍ରିଣ୍ଟ ହେଉଥିଲା । ଏ.ଜେ. ଏଲ ର 5000 କୋଟି ଟଙ୍କାର ସମ୍ପତ୍ତି ରହିଛି । କଂଗ୍ରେସ ଦଳ ଏ.ଜେ. ଏଲ କୁ 90 କୋଟି ଲୋନ ପାର୍ଟି ଫଣ୍ଡରୁ ଦେଇଥିଲେ । ଯାହା ସମ୍ପୂର୍ଣ୍ଣ ବେନିୟମ । ଏନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ ମାଧ୍ୟମରେ କହିଛନ୍ତି ।
ଏ.ଜେ. ଏଲ ଚେୟାର ମ୍ୟାନ ହେଉଛନ୍ତି ମୋତି ଲାଲ ବୋହରା । ଯିଏକି ସେହି ସମୟରେ କଂଗ୍ରେସର କୋଷାଧ୍ୟକ୍ଷ ବି ରହିଥିଲେ । ତେଣୁ ସେହି ନିଜେ ହିଁ ନିଜକୁ ଲୋନ ଦେଇଥିଲେ । ତାହା ପରେ ୟଙ୍ଗ ଇଣ୍ଡିଆ କମ୍ପାନୀ ଗଠନ ହେଲା । ଆଉ ତାହାର ଚେୟାର ମ୍ୟାନ ବି ରହିଲେ ମୋତି ଲାଲ ବୋହରା । ଏ.ଜେ. ଏଲ ର ସେୟାରକୁ ସେୟାର ହୋଲଡ଼ରଙ୍କ ବିନା ପରାମର୍ଶରେ ୟଙ୍ଗ ଇଣ୍ଡିଆ କମ୍ପାନୀକୁ ବିକ୍ରି କରି ଦିଆଯାଇଛି । ୟଙ୍ଗ ଇଣ୍ଡିଆ କମ୍ପାନୀକୁ 5 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା ମାତ୍ର 5000 କୋଟି ଟଙ୍କାର ସମ୍ପତି ଗଚ୍ଛିତ ହୋଇଛି ।
ପରେ 90 କୋଟି ଟଙ୍କା ଛାଡ଼ କରିବା ପାଇଁ ସୋନିଆ ଗାନ୍ଧୀ କହିବା ପରେ ତାକୁ ମୋତି ଲାଲ ବୋହରା ମୁଣ୍ଡ ପୋତି ମାନି ନେଲେ । ଉପରେ ଥିବା ଗାନ୍ଧୀ ମଧ୍ୟ ଅବଶୋସ କରୁଥିବେ ତାଙ୍କ ସତ୍ୟାଗ୍ରହ ଭଳି ପ୍ରଥାକୁ ଭୁଲ ବାଟରେ ବ୍ୟବହାର କରାଯାଉଛି । ତେଣୁ କଂଗ୍ରେସ ଏଭଳି ନାଟକ ବାଜି ବନ୍ଦ କରି ଆଇନକୁ ସମ୍ମାନ ଦେଉ ବୋଲି ସମ୍ବିତ ପାତ୍ର କହିଛନ୍ତି ।