ତ୍ରିଜୟଙ୍କ ପତ୍ନୀ ପ୍ରିୟଙ୍କା ଏଭଳି ଘଟଣା ଘଟାଇ କଟକ ବଡ଼ ମେଡିକାଲରେ ସ୍ୱାମୀଙ୍କ ପାଖରେ ନରହି ନିଜ ବାପାଙ୍କ ଘର ବାଲିଚନ୍ଦ୍ରପୁର ଥାନା ଖଡଗପୁର ଗାଁକୁ ପଳାଇ ଯାଇଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏପଟେ ତ୍ରିଜୟଙ୍କ ବଡ଼ ଭାଉଜ ମାମିନା ଦାସ ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କାଙ୍କ ନାମରେ। ତ୍ରିଜୟ ଦାସ ଓ ସ୍ତ୍ରୀ ପ୍ରାୟଙ୍କା ଦାସ ଦୀର୍ଘ ୧୮ ବର୍ଷଧରି ବୈବାହିକ ଜୀବନ ବିତାଇ ଆସୁଥିବାବେଳେ ସେମାନଙ୍କର କୌଣସି ସନ୍ତାନ ନାହାନ୍ତି। ପ୍ରିୟଙ୍କା ଦୀର୍ଘଦିନ ଧରି ପରକିୟାପ୍ରୀତି କରି ଆସୁଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲାବେଳେ ତ୍ରିଜୟଙ୍କ ଉପରେ ପ୍ରିୟଙ୍କା କିରାସିନିଢାଳି ଏଭଳି ଅଭାବନୀୟ ଘଟଣା ଘଟାଇ ଥିବାର ଅଭିଯୋଗ କରିଛନ୍ତି ତ୍ରିଜୟଙ୍କ ବଡ଼ ଭାଉଜ। ତ୍ରିଜୟଙ୍କ ପରିବାରପକ୍ଷରୁ ଜଗତପୁର ଥାନା ପାଗା ଫାଣ୍ଡିରେ ଅଭିଯୋଗ କରାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ