ହତ୍ୟାକାଣ୍ଡ ର ୨୪ ଘଣ୍ଟା ନପୁରୁଣୁ ହତ୍ୟାକାରୀ ମାନଙ୍କୁ ଗିରଫ କରି ସିନ୍-ରିକ୍ରେସନ୍ କରିବା ପରେ ଅଭିଯୁକ୍ତ/ଅଭିଯୁକ୍ତା ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନାଚୁଣୀ ପୋଲିସ । ସମସ୍ତ ଘଟଣା ଘଟି ସାରିବା ପରେ ଆଜି ନାଚୁଣୀ ଥାନାରେ ପହଞ୍ଚିଛନ୍ତି ମୃତ ମନୋରଞ୍ଜନ ମହାପାତ୍ର ଙ୍କ ପିତା ଗଙ୍ଗାଧର ମହାପାତ୍ର ।
ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ନ୍ୟାୟ ନିବେଦନ କରିଛନ୍ତି ମୃତ ମନୋରଞ୍ଜନ ମହାପାତ୍ର ଙ୍କ ପିତା ଗଙ୍ଗାଧର ମହାପାତ୍ର ।
ପୁଅ ମନୋରଞ୍ଜନକୁ ପ୍ରଲୋଭିତ କରି ପ୍ରେମ ବିବାହ କରିଥିଲା ନିଲୀ ଦାସ । ବିବାହ ପରେ ପରେ ବାପା-ମା' ଙ୍କ ଠାରୁ ପୁଅ ମନୋରଞ୍ଜନ କୁ ଅଲଗା କରିଦେଲା ବୋହୂ ନିଲୀ ଦାସ । ସମ୍ପତ୍ତି ଭାଗବଣ୍ଟା ଟଙ୍କା ଆଣି ସେହି ଟଙ୍କା କୁ ଆତ୍ମସାତ କରିବା ପାଇଁ ବୋହୂ ନିଜେ କେତେକଙ୍କ ସହଯୋଗ ରେ ତା'ର ସ୍ୱାମୀ ତଥା ମୋର ସାନ ପୁଅ ମନୋରଞ୍ଜନ କୁ ହତ୍ୟା କରିଛି । ଏଭଳି କୋହଭରା କଣ୍ଠରେ ବୃଦ୍ଧ ଗଙ୍ଗାଧର ମହାପାତ୍ର ନାଚୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।