ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗୃହୀତ କରିଛନ୍ତି ବାଚସ୍ପତି | ଶୀତ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ | ଏହି ସମୟରେ ଗୃହରେ ବିଜେପିର ସଦସ୍ୟ ଅନୁପସ୍ଥିତ ରହିଲେ।
ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତ କାଳୀନ ଅଧିବେଶନ

ଭୁବନେଶ୍ୱର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତ କାଳୀନ ଅଧିବେଶନ । ମାତ୍ର 8 ଦିନ ଚାଲି ପାରିଲା ବିଧାନସଭା ଶୀତକାଳୀନ ଅଧିବେଶନ | ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ | ସମର୍ଥନ ଜଣାଇଥିଲେ ଶାସକ ଦଳ ବିଧାୟକ |
Download Argus News App
