ଗାଁର ଲକ୍ଷ୍ମୀପ୍ରିୟା ମହାନ୍ତି ଗ୍ରୁପ ଲିଡ଼ର ଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମହିଳାମାନେ ବିଶ୍ୱାସରେ ସମସ୍ତ ଡକୁମେଣ୍ଟ ଆଦି ଦେଇଥାନ୍ତି l ଏପରିକି ମହିଳାଙ୍କ ସ୍ୱାମୀ ଗାଁରେ ମିନି ବ୍ୟାଙ୍କ ଖୋଲି ଟଙ୍କା ନେଣଦେଣ କରିଥାନ୍ତି l ଅନେକ ସମୟରେ ମହିଳାମାନଙ୍କ ଟିପଚି଼ହ୍ନକୁ ନେଇ ଅଜାଣତରେ ଏକାଧିକ ଫାଇନାନ୍ସରୁ ଋଣ ଅଣାଯାଇଛି। ଫାଇନାନ୍ସ କର୍ମଚାରୀମାନେ ଋଣ ଟଙ୍କା ମାଗିବାକୁ ଆସିଲେ ବେଳେ ଜାଲିଆତି ସାମ୍ନାକୁ ଆସିଛି। ଲକ୍ଷାଧିକ ଟଙ୍କା ସମ୍ପୃକ୍ତ ମହିଳା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଲକ୍ଷାଧିକ ଟଙ୍କା ଏପରି ହଡ଼ପ ନେଇ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସାରା ଗାଁ ହୁଲସ୍ତୁଲ। ଏଭଳି ଠକେଇ ଜାଣିବା ପରେ ଗାଁ ଲୋକଙ୍କୁ ନିଦ ନାହିଁ। ଏ ନେଇ ଇଟାମାଟି ଥାନାରେ ଅଭିଯୋଗ କରିବା ସହ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ଏବେ ଫେରାର ରହିଥିବା ସୂଚନା ମିଳିଛି। ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।