ମହିଳାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଏଭଳି ଘଟଣା ଘଟିଛି ବୋଲି ଆଶଙ୍କା କରାଯାଉଛି।ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ସରସ୍ୱତୀଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଛି।
ଚିକିତ୍ସା ନିମନ୍ତେ ପ୍ରଥମେ ମଣିଜଙ୍ଗା ସ୍ଵାସ୍ଥ୍ୟ କେନ୍ଦ୍ର ପରେ ଅଧିକ ଚିକିତ୍ସା ନିମନ୍ତେ ସରସ୍ବତୀଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନୀସମ ବାହିନୀ କହିବା ମୁତାବକ ସରସ୍ବତୀ ରୋଷେଇ କରୁଥିବା ସମୟରେ ଏଭଳି ଅଘଟଣ ଘଟିଛି। ଖବର ପାଇ ତିର୍ତ୍ତୋଲ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...