ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନାଦା । ଆଉ ମହିଳାଙ୍କ ସନ୍ଦେହ ଜନକ ଉତ୍ତର ଏହି କଥାକୁ ଆହୁରି ପ୍ରମାଣିତ କରୁଛି । ବୁଥ ପାଖରେ ନିର୍ବାଚନ ଦିନ ମହିଳାଙ୍କ କି କାମ ଥିଲା ? ସେ ସତରେ ତାଙ୍କ ଭଉଣୀଙ୍କ ଘରକୁ ଆସିଥିଲେ ନା ଟଙ୍କା ବାଣ୍ଟିବାକୁ ?
ଯଦି ଲୋକଙ୍କ ଅଭିଯୋଗ ସତ ତେବେ ଏହା ନିହାତି ସାଂଘାତିକ କଥା । ଯାହାକି ନିରପେକ୍ଷ ନିର୍ବାଚନ ଓ ଶାସକ ଦଳର ସ୍ୱଚ୍ଛ ନିର୍ବାଚନ ଦାବି ଉପରେ ପ୍ରଶ୍ନ ଉଠାଉଛି । ଘଟଣାକୁ ନେଇ ଦେଖାଦେଇଥିଲା ଉତ୍ତେଜନା । ପୋଲିସ ବି ପହଞ୍ଚି ମହିଳାଙ୍କୁ ସଦର ଥାନାରେ ଅଟକ ରଛି ପଚରାଉଚରା କରୁଛି ।