ନିରୁପମା ବେପାରୀ ଆମ ସ୍ୱାମୀମାନଙ୍କ ଅନୁପସ୍ଥିତିରେ ଆମର ଆଧାର କାର୍ଡ,ଭୋଟର ପତ୍ର , ବ୍ୟାଙ୍କ ଖାତା ନେଇ ବିଭିନ୍ନ ବେସରକାରୀ ଋଣ ସଂସ୍ଥା ପାଖରୁ ଋଣ କରି ଟଙ୍କା ନେଇଯାଇଛି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି୍। ନିରୁପମାଙ୍କୁ ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହିଲେ ମଧ୍ୟ ସେ ଶୁଣୁନାହିଁ ଆମ କଥା।ଓଲଟା ସେ ଆମକୁ ଗାଳିଗୁଲଜ କରୁଛନ୍ତି। ଏବଂ ଆମକୁ ବିଷ ଖାଇ ମରିଯାଅ ବୋଲି କହୁଛନ୍ତି। ସେପଟେ ଋଣ ସଂସ୍ଥା ପକ୍ଷରୁ ଋଣ ଶୁଝିବାକୁ ମହିଳାମାନଙ୍କ ପାଖକୁ ଘନଘନ ଚିଠି ଆସୁଛି।
ଯଥାଶୀଘ୍ର ଋଣ ପାଇଠ କର। ଶେଷରେ ବାଧ୍ୟ ହୋଇ ଏମଭି-୯୬ ଗ୍ରାମର ମହିଳା ମାନେ ବେଶ୍ୟା ବୃତ୍ତିକୁ ଆପଣେଇ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ଋଣ ଶୁଝୁଛନ୍ତି।ଆଜି ୪୦ ରୁ ଉର୍ଦ୍ଧ୍ବ ମହିଳା ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।ସବୁ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୁତି ଦେଇଥିବା ମହିଳାମାନେ କହିଛନ୍ତି। ତେବେ ଯଥାଶୀଘ୍ର ତଦନ୍ କରାଯାଇ ନିରୁପମାକୁ ଧରିବା ସହ ସମସ୍ତ ମହିଳାଙ୍କୁ ନ୍ୟାୟ ମିଳୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର।