ଘଟଣାସ୍ଥଳରୁ ଶ୍ରମିକ ପ୍ରଶାନ୍ତଙ୍କୁ ଉଦ୍ଧାର କରି ଏରସମା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଖବର ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ

ଅର୍ଗସ ବ୍ୟୁରୋ: କାନ୍ଥପଡି ଶ୍ରମିକ ମୃତ୍ୟୁ । କାମ କରୁଥିବା ବେଳେ କାନ୍ଥ ପଡି ଶ୍ରମିକ ମୃତ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡବିଶୁନପୁର ଖଟିକୋଲାଦା ବଉଳପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବଉଳପୁର ଗ୍ରାମର ରୋହିତ ଜେନାଙ୍କ ଏକ ପୁରୁଣା ଘର ଭଙ୍ଗା ଯାଉଥିଲା। ଘରର କାନ୍ଥ ଭାଙ୍ଗୁଥିବା ବେଳେ ଶ୍ରମିକ ଭାବେ କାମ କରୁଥିବା ସେହି ଗ୍ରାମର ପ୍ରଶାନ୍ତ ମଣ୍ଡଳଙ୍କ ଉପରେ କାନ୍ଥ ପଡି ଯାଇଥିଲା।

ମୟୂରଭଞ୍ଜ: ସତରେ ମୃତ୍ୟୁ କେମିତି ଆସେ ତାହା କେହି ଜାଣନ୍ତି ନାର୍ହି। ମୃତ୍ୟୁ ଆଗନ୍ତ ସୂଚନା ଦେଇନଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ। ବିଲରେ ହଳ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ଘଣ୍ଡିଆବୁଡା ଗ୍ରାମରେ ।
ମୃତ ଦେହକୁ ବାଇକ ଯୋଗେ ଦଶ କିଲୋମିଟର ଦୂର ଘରକୁ ଆଣିଲେ ମୃତକଙ୍କ ସମ୍ପର୍କୀୟ। ତେବେ ସୂଚନାମୁତାବକ ଦେହ ଅସୁସ୍ଥ ଥାଇ ଦିନ ଦ୍ୱିପ୍ରହରରେ କାମରେ ନିୟୋଜିତ କରି ଟ୍ରାକ୍ଟର ମାଲିକ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ। ଥାନାରେ ଅଭିଯୋଗ ପରେ ଟ୍ରାକ୍ଟର ଜବତ ଓ ମାଲିକ ଅଟକ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଟ୍ରାଫିକ ସମସ୍ୟା ଦୂର ପାଇଁ ଇସ୍ରାଏଲ କଲା ଉଡାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ. ଯାତ୍ରୀ ଓ ମାଲ ପରିବହନରେ ସକ୍ଷମ ସ୍ୱୟଂଶାସିତ ଡ୍ରୋନର ପ୍ରାରମ୍ଭିକ ପରୀକ୍ଷା ଇସ୍ରାଏଲ୍ ଆରମ୍ଭ କରିଛି . ସରକାରଙ୍କ ନେତୃତ୍ୱାଧୀନ ଏହି ପାଇଲଟ୍ ପ୍ରକଳ୍ପକୁ ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ନାମରେ ଜଣାଯାଏ। ଏହାର ଲକ୍ଷ୍ୟ ହେଉଛି ଏକ ଜାତୀୟ ଡ୍ରୋନ୍ ନେଟଓ୍ବାର୍କ ସୃଷ୍ଟି କରିବା ଏବଂ ଡ୍ରୋନ୍ ଡେଲିଭରି ପାଇଁ ଆକାଶକୁ ପ୍ରସ୍ତୁତ କରିବା . ମାଲ ପରିବହନ ଏବଂ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସମେତ ନୂତନ ପ୍ରଯୁକ୍ତିର ବ୍ୟାପକ ଏବଂ ବହୁମୁଖୀ ପରୀକ୍ଷଣ ପାଇଁ ଏହା ହେଉଛି ବିଶ୍ୱରେ ପ୍ରଥମ ପଦକ୍ଷେପ।
ଅଧିକ ପଢନ୍ତୁ : ଇରାନର ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ
ପରିବହନ ମନ୍ତ୍ରଣାଳୟ, ଇସ୍ରାଏଲ ଇନୋଭେସନ ଅଥରିଟି, ଆୟଲୋନ ହାଇୱେ ଲିମିଟେଡ ଏବଂ ଇସ୍ରାଏଲ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମଧ୍ୟରେ ଏକ ମିଳିତ ସହଯୋଗରେ ଏହି ପ୍ରକଳ୍ପ ଏଭଳି ପ୍ରଯୁକ୍ତିର ପ୍ରଥମ ବ୍ୟବହାରକୁ ଚିହ୍ନିତ କରିଛି। ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଇସ୍ରାଏଲ୍ ସ୍ୱୟଂଶାସିତ ଉଡ଼ାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ କରିଛି। ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଗତ ସପ୍ତାହରେ ସମଗ୍ର ଇସ୍ରାଏଲରେ ପରୀକ୍ଷାମୂଳକ ଉଡ଼ାଣରେ 11ଟି ଡ୍ରୋନ୍ ଅପରେଟିଂ ଏବଂ ଡେଲିଭରି କମ୍ପାନୀ ସାମିଲ ହୋଇଥିଲେ।

ନୂଆଦିଲ୍ଲୀ: ଆଜି ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ। ଇଂଲଣ୍ଡର ଓଭାଲ ମୈଦାନରେ ଲଢ଼ିବେ ଭାରତ- ଅଷ୍ଟ୍ରେଲିଆ। ପ୍ରାୟ ଦଶନ୍ଧିର ଅପେକ୍ଷାରେ ବିରାମ ଲାଗିବା ନେଇ ପ୍ରତିଟି ଭାରତୀୟଙ୍କ ମନରେ ଆଶା ଓ ଉତ୍ସାହ। ପୂର୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ନ୍ୟୁଜିଲାଣ୍ଡା ଠାରୁ ପରାସ୍ତ ହୋଇଥିଲା ଭାରତ।
ହେଲେ ପୂର୍ବଥର ଅପେକ୍ଷା ଚଳିତ ଥର ଭାରତୀୟ ଟିମରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତଙ୍କ ନେତୃତ୍ବରେ ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଝିଙ୍କ୍ୟ ରାହାଣେ, ରବିନ୍ଦ୍ର ଜାଡେଜା, ଅଶ୍ବିନ୍, ଅକ୍ଷର ପଟେଲ, ଇଶାନ କିସନ, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ସାର୍ଦୁଲ ଠାକୁର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ନେଇ ଆକଳନ କରାଯାଉଛି। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ ମଧ୍ୟ ସୁଦୃଢ଼ ଥିବାରୁ ଦୁଇ ଦଳ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି।
ଅଧିକ ପଢନ୍ତୁ ଖେଳ ଖବର
