ଅଧିକ ଦେଖନ୍ତୁ ଭିଡିଓ : ବଲାଙ୍ଗୀରରୁ ପୁଣି ଦାଦନ ଶ୍ରମିକ ଉଦ୍ଧାର
ତେଲେଙ୍ଗାନା ରାଜ୍ୟ ୟାଦାଗିରି ଜିଲ୍ଲା ବନଗିରି ଥାନା ହମ୍ମlପୁରମ ଠାରେ କାମ କରୁଛନ୍ତି ଶ୍ରମିକ । କଣ୍ଟାବାଞ୍ଜି ଥାନା ହିଆଁଲ ପଞ୍ଚାୟତ କର୍ଲାବାହାଲି ଗାଁ ର ଶ୍ରମିକଙ୍କୁ ଦିନ-ରାତି କାମ ନ କଲେ ପ୍ରବଳ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଗାଁ ର ଦାଦନ ସର୍ଦ୍ଦାର ମୁରଲୀ ତାଣ୍ଡି ଏମାନଙ୍କୁ ନେଇଥିବା ଜଣାପଡିଛି । ଇଟା ଭାଟିରେ ଦିନ ସମୟରେ କାମ କରାଉଛି ଇଟା ଭାଟି ମାଲିକ କିନ୍ତୁ ରାତି ହେଲେ ପୁଣି କାମ କରିବାକୁ ବାଧ୍ୟ କରୁଛି । କାମ ନ କଲେ ଅସଭ୍ୟ ଭାଷା ପ୍ରୟୋଗ କରି ଗାଲିଗୁଲଜ କରିବା ସହ ମାଡପିଟ୍ କରୁଥିବା ଜଣାପଡିଛି । ଇଟା ଭାଟି ମାଲିକର ନିର୍ଯାତନା ଅସହ୍ୟ ହେଉଛି ବୋଲି କହିଛନ୍ତି ଦାଦନ ଶ୍ରମିକ ମାନେ। ରାଜ୍ୟ ସରକାର ଏବଂ ବଲାଙ୍ଗୀର ପ୍ରଶାସନ ଶିଘ୍ର ସମସ୍ତ ଦାଦନଙ୍କୁ ଉଦ୍ଧାର କରି ଘର କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ।