ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଉଭୟ ସାଧୁ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ଏନେଇ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟୟରେ ପହଁଚି ସାରିଛି । ପ୍ରତି ବର୍ଷ ମାଘ ଚତୁର୍ଦ୍ଦଶୀ ଦିନଠାରୁ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଥାଏ । ଆରମ୍ଭ ଦିନଠାରୁ ୩ ଦିନ ଧରି ସାଧୁ ମାନେ ଅଲେଖ ମହିମା ସ୍ଵାମୀଙ୍କ ନିକଟରେ ଘୃତାହୃତ କରିବା ସହ ଝାଡ଼ ପ୍ରଜ୍ବଳନ କରିଥାଆନ୍ତି । ଦୁଇ ବାବା ଗୋଷ୍ଠୀଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଆଶା ଆଶଙ୍କାରେ ରହିଥିଲା ଚଳିତ ଥରର ମେଳା । ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ମଧ୍ୟରେ ବୈଠକ ପରେ ସାମୁହିକ ସମାଧାନ ହେବାପରେ ମେଳା ହେବା ନେଇ ନିଶ୍ଚିତତା ପ୍ରକାଶ ପାଇଛି ।
ମେଳାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ବ୍ୟବସାୟୀ ମଧ୍ୟ ନିଜର ପସରା ମେଲାଇବା ଆରମ୍ଭ କଲେଣି । ଅପେରା ପାର୍ଟି, ଚଟପଟା ଖାଦ୍ୟ, ମେଳା ବୁଲାର ତିନି ଦିନ ଧରି ଆନନ୍ଦ ନେବେ ଭକ୍ତ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।