ଅଭିଯୋଗ ଅନୁଯାୟୀ ରାତିରେ ବାବୁ ତାଙ୍କ ବଡଭାଇଙ୍କ ଘରକୁ ଯାଉଥିବା ବେଳେ ପଛପଟୁ ନିଶାସକ୍ତ ଅବସ୍ଥାରେ ଗଣ୍ଠି ଧିବର ଧନୁତୀରରେ ଆକ୍ରମଣ କରିଥିଲେ । ଫଳରେ ଧନୁ ତୀରଟି ବାବୁଙ୍କ ପିଠିରେ ପଶିଯାଇଥିବା ବେଳେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ବାବୁଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ପିଙ୍କି ଧିବର ଏବଂ ସାହିପଡିଶା ଲୋକ ଦୌଡି ଆସିବା ସହ ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ତୀର ମାରିଥିବା ଗଣ୍ଠି ଧିବର ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରିନେଇ ବାରକୋଟ ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଗଣ୍ଠିକୁ ଗିରଫ କରିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଗୁରୁତର ବାବୁଙ୍କୁ ପ୍ରଥମେ ବାରକୋଟ ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା ।
ମାତ୍ର ସର୍ଜରୀ ଡାକ୍ତର ନଥିବାରୁ ତୀର କଢାଯାଇନପାରି ତାଙ୍କୁ ବୁର୍ଲା ପଠାଇ ଦିଆଯାଇଛି । ବାରକୋଟ ଥାନାରେ ଗଣ୍ଠିକୁ ପୋଲିସ ଅଧିକ ପଚରାଉଚୁରା କରୁଥିବା ବେଳେ ତା ପାଖରୁ ଗୋଟିଏ ଧନୁ ଏବଂ ଦୁଇଟି ତୀର ଜବତ କରାଯାଇଛି । ମାଛ ଧରାକୁ କେନ୍ଦ୍ର କରି ଉଭୟଙ୍କ ଭିତରେ ପୂର୍ବ ଶତୃତା ରହିଥିଲା । ଏହାକୁ କେନ୍ଦ୍ର କରି ତୀର ଯୋଗେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।