ତେବେ ଯୁବକ ଜଣଙ୍କ କଣ ପାଇଁ ହାତ୍ମହତ୍ୟା କରିଛନ୍ତି ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଅଛି। ଅନ୍ୟପଟେ ରାଜ୍ୟରେ ବିଶେଷ କରି ଯୁବପୀଢିଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି। କିଏ ପ୍ରେମରେ ବିଫଳତା ଯୋଗୁଁ ଆତ୍ମହତ୍ୟା ପନ୍ଥା ବାଛୁଛନ୍ତି ତ ଆଉ କିଏ ଅବସାଦରେ ଆସି ଆତ୍ମହତ୍ୟା କରୁଛନ୍ତି। କିଛିଦିନ ତଳେ ରାଜଧାନୀରେ ଲଗାତାର ୫ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିଲା। ସେମାନଙ୍କ ମଧ୍ୟରେ ଡାକ୍ତର, ଇଞ୍ଜିନିୟର ସାମିଲ ଥିଲେ।
ଫର୍ଣ୍ଣିଚର ଦୋକାନରେ ଯୁବକଙ୍କ ଆତ୍ମହତ୍ୟା

କଟକ: ଯୁବକଙ୍କ ଆତ୍ମହତ୍ୟା କଟକ ସଦର ଥାନା ଅନ୍ତର୍ଗତ ଏକ ଫର୍ଣ୍ଣିଚର ଦୋକାନରେ ଜଣେ ଯୁବକ ଶାଢୀରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ନୟାଗଡ ଶରଣକୂଳ ଥାନା ଆସୁରିଢିପା ଗ୍ରାମର ଆଲୋକ ସାହୁ ବୋଲି ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି।
Download Argus News App
