ଅଧିକ ପଢନ୍ତୁ ଓଡ଼ିଶା ଖବର
ଧାମନଗର ବ୍ଲକ ଧୂଷୁରୀ ପଛାଲୋ ପ୍ରଧାନସାହି ଅଙ୍ଗନବାଡି କର୍ମୀ ପାଇଁ ଗତ 2019ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଗାଁର ସୁଷମା ପ୍ରଧାନଙ୍କ ସହିତ ସୁମନ ପ୍ରିୟଦର୍ଶନୀ ମଳିକ ଓ ଅନ୍ୟ ତିନିଜଣ ମଧ୍ୟ ଆବେଦନ କରିଥିଲେ । ତେବେ ସିଲେକସନକୁ କେନ୍ଦ୍ର କରି ଆରମ୍ଭ ହେଇଥିଲା ବିବାଦ । ବିବାଦ ପରେ ସେତେବେଳେ ଅନ୍ୟ ଆବେଦନକାରୀ ମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ଭଦ୍ରକ ଉପଜିଲ୍ଲାପାଳଙ୍କୁ ଉକ୍ତ ମକଦ୍ଦମା ବିଚାର ପାଇଁ ନିର୍ଦେଶ ଦେଇଥିଲେ ।
ତେବେ ଗତ ଦୁଇ ଦିନ ପୂର୍ବେ ଧାମନଗର ସିଡିପିଓ ନମିତା ଦାସ, ସୁଷମା ପ୍ରଧାନଙ୍କୁ ଫୋନ୍ କରି ତୁମର ଅଧିକ ମାର୍କ ଥିବାରୁ ନିଯୁକ୍ତି ପାଇଁ ଯୋଗ୍ୟ ବୋଲି କହିବା ସହ ନିଯୁକ୍ତି ପୂର୍ବରୁ କିଛି ଟଙ୍କା ମାଗିଥିଲେ ସିଡିପିଓ । ଯାହାର ଅଡିଓ ଏବେ ଭାଇରଲ ହେବାର ଲାଗିଛି । ଅଡିଓ ଭାଇରଲ ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।