କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଯୁବତୀଙ୍କ ସହ ସିଡିଏ-୯ ଅଞ୍ଚଳର ଯୁବକ ଅବିନାଶ ମିଶ୍ରଙ୍କ ବାହାଘର ଲାଗିଥିଲା । ହେଲେ ମିଛ ଧାରା ପଡ଼ିବା ପରେ ଉଭୟଙ୍କ ଵାହାଘର ହୋଇ ପାରିନଥିଲା । ତେବେ ଵାହାଘର ଭାଙ୍ଗି ଯିବାରୁ ଅବିନାଶ ଯୁବତୀ ଜଣକୁ ଉଠାଇ ନେଇ ଦୁଷ୍କର୍ମ କରିବା ସହ ନ୍ୟୁଡ ଫଟୋ ଓ ଭିଡିଓ ରଖି ବ୍ଲାକମେଲ କରି ଜୋରଜଵରଦସ୍ତ ବାହାଘର କରିଥିଲେ । ତେବେ ଯୁବତୀଙ୍କ ପରିବାର ଲୋକ ମର୍କତନଗର ଥାନାରେ ଗତ ଫେଵୃଆରୀ ୨ ତାରିଖରେ ଅଭିଯୋଗ କରିଥିଲେ। ମର୍କତନଗର ଥାନା ପୋଲିସ ଗତକାଲି ଅବିନାଶକୁ ଗିରଫ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: