ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ନିଶା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପ୍ରଥାମିକ ତଦନ୍ତରୁ ଜଣାପଡ଼ିଛି । ବେତନଟୀ ଥାନା ଏବଂ ବଡ଼ଜାମବଣି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ରୁହିଆ ଦେହୁରୀକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ସାନ ଭାଇକୁ ହାଣି ହତ୍ୟା କଲା ନିଶାଶକ୍ତ ବଡ ଭାଇ
ମୟୁରଭଞ୍ଜ: ସାନ ଭାଇକୁ ହାଣି ହତ୍ୟା କଲା ନିଶାଶକ୍ତ ବଡ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧିନ ଭାଲୁକଚୁଆ ଖଡ଼ିଆସାହିରେ । ଗାଁ ନର ଦେହୁରୀଙ୍କ ବଡ଼ ପୁଅ ରୁହିଆ ଦେହୁରୀ ନିଶାଶକ୍ତ ଅବସ୍ଥାରେ ଘରେ ଶୋଇଥିବା ସାନଭାଇ ଶମ୍ଭୁ ଦେହୁରୀକୁ କୁରାଢ଼ୀ ହାଣୀ ହତ୍ୟା କରିଛି ।
Download Argus News App
