ଆଜି ସକାଳୁ ତାଙ୍କ ପଡୋଶୀ ଆସି ଗେଟର ତାଲା ଭଙ୍ଗା ଯାଇଥିବା ଦେଖି ଘର ଭିତରକୁ ଯାଇଥିଲେ । ଘର ଭିତରେ ଗଡ଼ରେଜ ଭଙ୍ଗା ଯାଇ ସମସ୍ତ ଅଳଙ୍କାର ଲୁଟ ହେଇଥିବା ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ । ପରେ ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଘରେ କେହି ନଥିବା ସୁଯୋଗରେ ଘରର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାରୁପା ଅଳଙ୍କାର । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଆର୍ତ୍ତୁଙ୍ଗ ପଂଚାୟତର ଜିରେଇଗଡ଼ି ଗାଁରେ । ଗାଁରେ ମିନତି ପଣ୍ଡାଙ୍କ ପରିବାର କୌଣସି କାମ ପାଇଁ 5ଦିନ ତଳେ ମାଲକାନାଗିରି ଯାଇଥିଲେ । ତେବେ ଘରର ଚାବି ତାଙ୍କ ପଡ଼ୋଶୀଙ୍କ ଦେଇଥିଲେ । ହେଲେ ପ୍ରବଳ ଗରମ ପାଇଁ ସେ ଗତକାଲି ମିନତୀ ଙ୍କ ଘରେ ସୋଇନଥିଲେ । ଫଳରେ ଏହାରି ସୁଯୋଗରେ ଦୁବୁର୍ତମାନେ ଗେଟର ତାଲା ଭାଙ୍ଗି ଘରେ ପଶିଥିଲେ । ଘର ଭିତରେ ଗଡ଼ରେଜ ଭାଙ୍ଗି ସୁନାରୁପା ଅଳଙ୍କାର ଲୁଟିନେଇଥିଲେ ।
ଆଜି ସକାଳୁ ତାଙ୍କ ପଡୋଶୀ ଆସି ଗେଟର ତାଲା ଭଙ୍ଗା ଯାଇଥିବା ଦେଖି ଘର ଭିତରକୁ ଯାଇଥିଲେ । ଘର ଭିତରେ ଗଡ଼ରେଜ ଭଙ୍ଗା ଯାଇ ସମସ୍ତ ଅଳଙ୍କାର ଲୁଟ ହେଇଥିବା ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ । ପରେ ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ବସ ଝୁଲିରହିଛି । ବସଟି ଅନୁଗୁଳରୁ ଭୁନେଶ୍ୱର ଯାଉଥିଲା। ଏହି ସମୟରେ ବସଟି ବ୍ରିଜ ତଳକୁ ଖସିବାରେ ଲାଗିଲା। ଭଗବାନଙ୍କ କୃପାରୁ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ବସଟି ସମ୍ପୂର୍ଣ୍ଣ ଭାବରେ ନଖସି ଅଧାରେ ଝୁଲିରହିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଛନ୍ତି। ପରେ ସମସ୍ତେ ପହଞ୍ଚି ଗାଡିକୁ ବାହାର କରିବା ପାଇଁ ଲାଗିପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନବରଙ୍ଗପୁର : ପୁଣି ଓଡିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ହାତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରେ ଛତିଶଗଡ଼ ଉଦନ୍ତୀ ସୀତା ଅଭାୟରଣ୍ୟ ହାତୀପଲ ଓଡ଼ିଶା ଜଙ୍ଗଲ ମଧ୍ୟକୁ ଆସି ଉପଦ୍ରବ କରିଛନ୍ତି । ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ କୁନ୍ଦେଇ ଏବଂ ଖଲାରୀ (ଛତିଶଗଡ) ମଝିରେ ଥିବା ଜଙ୍ଗଲରେ ଛତିଶଗଡ଼ ରୁ ୩୦ ରୁ ୪୦ ହାତୀପଲ ପସିଆସିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଗାଁ ମୁଣ୍ଡରେ ହାତୀପଲ
ହାତୀ ପଲ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳର ମକା ଚାଷୀ ଏବଂ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଛନ୍ତି ରାତି ହେଲେ ମକା କ୍ଷେତ ମଧ୍ୟକୁ ଆସୁଛନ୍ତି ଏବଂ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ କୁନ୍ଦେଇ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀ ଙ୍କୁ ହାତୀପଲ ର ଅତି ନିକଟତର ନ ହେବାକୁ ସଚେତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: