ଶେରଗଡ ବନାଚଂଳ କୁମାରୀପାଣି ଗ୍ରାମ ପାହାଡ ଓ ଜଙ୍ଗଲ ପରିସରରେ ରହିଥିବା ବେଳେ ଏଠାରେ ଅଧିକାଶଂ ଗ୍ରାମବାସୀ ଚାଷ କାମ କରି ନିଜ ପରିବାରର ପେଟ ପୋଷିଥାନ୍ତି । ଏହା ସହିତ ଗ୍ରାମର ଲୋକେ ନିଜ ନିଜ ବାଡିରେ ମୁଲ୍ୟବାନ ଗଛ ଲଗାଇ ଭଲ ଆୟ କରିଥାନ୍ତି । କିନ୍ତୁ ସେହି ଗ୍ରାମରେ ଭଗବାନ ପ୍ରଧାନ ଜଣେ ହୁଇଲ ଚେୟାର ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିଲେ ମଧ୍ୟ କିଛି ଅଜଣା ଦୁର୍ବୃତ ରାତିରେ ଆସି ମେସିନ ଦ୍ୱାରା ମୁଲ୍ୟାବାନ ଗଛ କାଟି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ପୈତୃକ ଜାଗାରେ ମୁଲ୍ୟବାନ ଗଛ ଲଗାଇବା ସହିତ ପନିପରିବା ଚାଷ କରି ନିଜ ପରିବାରର ପେଟ ପୋଷୁଥିଲେ । ଏବେ ସେ ଅସହାୟ ହୋଇଥିବା ବେଳେ ଖୋଦ ବନାଚଂଳ ହେଉ କିମ୍ବା ପୋଲିସ ପ୍ରଶାସନ ତାଙ୍କର ଗୁହାରୀ ଶୁଣୁ ନଥିବା ଜଣାଯାଇଛି । ଏବେ ଭଗବାନ ଚିନ୍ତାରେ ନିଜର ଦିନ କାଟୁଛନ୍ତି ।
ଦିବ୍ୟାଙ୍ଗଙ୍କ ବାରିରୁ ଲକ୍ଷାଧିକ ଟଙ୍କାର ଗଛ ଚୋରି କରି ନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଶାଗୁାଆନ ଓ ପିଆଶାଳ ଗଛ ଚୋରି। ଗଞ୍ଜାମ ଜିଲ୍ଲା ଶେରଗଡ ବନାଚଂଳ ଅଧିନ କୁମାରୀପାଣି ଗ୍ରାମରେ ଦିବ୍ୟାଙ୍ଗ ଭଗବାନ ପ୍ରଧାନଙ୍କ ବାଡିରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଶାଗୁଆନ ଓ ପିଆଶାଳ ଗଛ କାଟି ଚୋରି କରିଲେ ଅଜଣା ଦୁର୍ବୃତ୍ତ । ଏହି ଚୋରି ଘଟଣା ଗତ ମାସ ୨୦ ତାରିଖ ରାତିରେ ହୋଇଥିବା ବେଳେ ପୁଣି ଗତ ମାସ ୩୧ ତାରିଖ ରାତିରେ ଗଛ କାଟି ଚୋରି କରିଥିବା ଭଗବାନ ପ୍ରଧାନ କରିଛନ୍ତି । ମୋଟ ୫ ଟି ଗଛ ଚୋରି ହୋଇଥିବା ବେଳେ ଗୋଟିଏ ଗୋଟିଏ ଗଛର ମୁଲ୍ୟ ପାଖା ପାଖି ୫୫ ହଜାର ଟଙ୍କା ମୁଲ୍ୟ ରହିଥିବା ଜଣାଯାଇଛି । ଏନେଇ ଆଇନର ଆଶ୍ରୟ ନେଇ ଶେରଗଡ ବନାଚଂଳ କାର୍ଯ୍ୟାଳୟ ଓ ଶେରଗଡ ପୋଲିସ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାଯାଇଛି ।
Download Argus News App
