ସେହିପରି ଭରତପୁର ଜମଧର ଚକ୍ରଡା ଆଦି ପଂଚାୟତରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମଳିଛି ! ଯେଉଁ ହିତାଧିକାରୀ ପାଇବାର ଯୋଗ୍ୟ ତାଙ୍କୁ ମିଳୁନି ଦଳୀୟ ମନବୃତି ନେଇ ବିଧାୟକ ଶଶୀଭୁଷଣ ବେହେରାଙ୍କ ଅନୁଗତ୍ୟ ମାନେ ବେଆଇନ ଅର୍ଥ ଆଦାୟ କରି ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ! ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି !କେନ୍ଦ୍ରପଡା ଭଳି ସମାନ ସ୍ଥିତି ଖୋର୍ଦ୍ଧା ଜିଲ୍ଲାରେ ବି । ଏ ହେଉଛନ୍ତି ରାମେଶ୍ୱର ଗ୍ରାମପଞ୍ଚାୟତ ମିରିଗଦୟଣୀ ଗ୍ରାମର ରଘୁନାଥ ମଗଂରାଜ । ରଘୁନାଥ ଦିନମଜୁରିଆ । ଗତ ଫନି ବାତ୍ୟାରେ ରଘୁନାଥ ର ଜରିପାଲ ଘର ଭାଗିଂ ସଂପୂର୍ଣ୍ଣ ଉଡିଗଲା ।ବ୍ଲକରୁ ବଡବଡ ବାବୁ ଆସିଲେ ପ୍ରତିଶ୍ରୁତି ଦେଲେ ଫଟୋ ଉଠାଇଲେ ଆବାସ ଯୋଜନା ମିଳିବ କହି ଚାଲିଗଲେ ହେଲେ ଘର ମିଳିଲା ନାହିଁ।ଅନ୍ୟପଟେ ଟାଗିଂ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯଦି ଆବାସ ଯୋଜନାରେ ଘର ପାଇବା ପାଇଁ ସେ ଯୋଗ୍ୟ ତେବେ ତାଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରାଇ ଘର ଯୋଗାଇ ଦିଆଯିବ।
ମୁଣ୍ଡ ଉପରେ ଥିଲେ ପକ୍କା ଘର ଖରା ବର୍ଷା କୁ ନାହିଁ ଡର ବୋଲି ରାଜ୍ୟ ସରକାର ନାରା ଦେଉଥିବାବେଳେ କାହିଁକି ଘର ପାଇବାରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ, ଏହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ଏପଟେ କେନ୍ଦ୍ର ସରକାର ରାଜ୍ୟକୁ 9 ଲକ୍ଷ 54 ହଜାର ଆବାସ ଯୋଗାଇ ଦେଇଥିଲେ ବି ରାଜ୍ୟ ସରକାର ଚୟନ କରିପାରୁନାହାଁନ୍ତି ହିତାଧିକାରୀ । 2014ରେ ଶାସକ ବିଜୁ ଜନତା ଦଳ ତାର ମାନିଫେଷ୍ଟୋରେ ଆବାସ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲା। 2019 ସୁଦ୍ଧା ମୁଣ୍ଡ ଉପରେ ପକ୍କା ଘର ଥିବ ବୋଲି ବି କହିଲା। ହେଲେ ପ୍ରତିଶ୍ରୁତି କେବଳ ପ୍ରତାରଣା ହିଁ ହୋଇଛି। ଦଳୀୟ ଆଧାର ଓ ଲାଞ୍ଚ କାରବାରରେ ଘର ବଣ୍ଟା ଯାଉଥିବାର ଆସିଛି ଅଭିଯୋଗ । ହେଲେ ସରକାର ଦୋଷୀଙ୍କ ବିରୋଧରେ ଆକ୍ସନ ନେବାରେ ଫେଲ୍।
ଅଧିକ ପଢ଼ନ୍ତୁ ଓଡିଶା ଖବର: