୧୮୫୨ ମସହିରେ ଜନ୍ମିତ ମହାରରାଜା ବୈକୁଣ୍ଠନାଥ ଦେବ ନିଜର ପ୍ରତିଭା, ବୁଦ୍ଧିମତା ଓ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ଯୋଗୁ ଉତ୍କଳ ତଥା ଭାରତ ବର୍ଷରେ ଜଣେ ବ୍ୟକ୍ତିତ୍ବପୂର୍ଣ୍ଣ ଜନ ନାୟକ ହୋଇ ପାରି ଥିଲେ। ଅଷ୍ଟାଦଶ ଶତାବ୍ଦୀରେ ବାଲେଶ୍ବରକୁ ବ୍ୟବସାୟ କରିବାକୁ ଆସିଥିବା ଜୟକୃଷ୍ଣରାମ ଦେବଙ୍କ ବଂଶଧର ତଥା ଧନୀକ ଶ୍ୟାମାନନ୍ଧ ଦେବଙ୍କ ଜ୍ୟେଷ୍ଠପୁତ୍ର ରୂପେ ମହାରାଜା ବୈକୁଣ୍ଠନାଥ ଦେବ ।
କବିବର ରାଧାନାଥ ରାୟଙ୍କ ସହ ପାଠୀ ଥିଲେ ମହାରାଜା ବୈକୁଣ୍ଠ ଦେବ। ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଲେ ନିଜର ଉଦାର ଓ ତ୍ୟାଗ ଭାବ ଯୋଗୁ ସମସ୍ତଙ୍କର ଜନପ୍ରିୟ ହୋଇପାରିଥିଲେ। ୧୮୬୬ରେ ନଅଙ୍କ ଦୁର୍ଭିକ୍ଷରେ ସେ ଏକ ଲକ୍ଷ ଟଙ୍କା ପୀଡିତ ଲୋକ ମାନଙ୍କ ପାଇଁ ଦାନ କରିଥିଲେ।
ତେବେ ତାଙ୍କର ଓଡିଶା ଓ ବାଲେଶ୍ବର ଜିଲ୍ଲା ପ୍ରତି ରହିଛି ଅନେକ ଅବଦାନ। ୧୮୭୨ ମସିହାରେ ମହାରାଜା ବୈକୁଣ୍ଠନାଥ ଦେବ ଙ୍କ ଦ୍ବାରା ଉତ୍କଳ ପ୍ରେସ ପ୍ରତିଷ୍ଠା କରାଯାଇଥିଲା ଏବଂ ଓଡିଶାରେ ପ୍ରଥମ ପତ୍ରିକା ଉତ୍କଳ ଦିପିକା ପ୍ରକାଶ ପାଇଥିଲା। ୧୮୭୩ ମସିହାରେ ବାଲେଶ୍ବରର ଅର୍ଥନୈତିକ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ୧୮୮୩ ମସିହାରେ ଓଡିଶାର ସର୍ବ ପ୍ରଥମବ୍ୟକ୍ତି ଭାବେ ବେଙ୍ଗଲ ବ୍ୟବସ୍ଥାପକ ସଭାକୁ ପ୍ରତିନିଧି କରିଥିଲେ।
ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ବିଟ୍ରିସ୍ ସରକାରଙ୍କୁ ସମଗ୍ର ଓଡ଼ିଶା ରୁ ୧ଲକ୍ଷ ଦସ୍ତଖସ୍ତ ସ୍ବାକ୍ଷାରିତ ସ୍ମରକ ପତ୍ର ପ୍ରଦାନ କରିଥିଲେ। କଲିକତାରୁ ବାଲେଶ୍ବର ରେଳ ଧାରଣ ନିର୍ମାଣ ପାଇଁ ସେ ନିଜସ୍ବ ହାତ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଦାନ କରି ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ। ଯେଉଁଥି ପାଇଁ ବ୍ରିଟିସ୍ ଗଭରମେଣ୍ଟ ତାଙ୍କୁ କୁମାର ବୈକୁଣ୍ଠନାଥ ଦେବ ରୁ ମହାରାଜା ବୈକୁଣ୍ଠନାଥ ଦେବ ଉପାଧି ଦେଇଥିଲେ
ତାଙ୍କର ପରିବାର ଲୋକେ ପ୍ରଚେଷ୍ଟାରେ ବାଲେଶ୍ବର ଟାଉନ ହଲ ଠାରେ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି କୁ ଆନ୍ଦ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଉନ୍ମଚନ କରିଛନ୍ତି ହେଲେ ପରିବାର ଲୋକେ ଦାବି କରିଛନ୍ତି ରଜ୍ୟ ରାଜଧାନୀରେ ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହିତ ତାଙ୍କ ନାମରେ ରାସ୍ତାକୁ ନାମ କରଣ କରିବାକୁ ଦାବି କରିଛନ୍ତି ତାଙ୍କ ବଂଶଜ ମାନେ।