ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉପକୂଳ ଓଡ଼ିଶା ନିକରେ ଏକ ଘୁର୍ଣ୍ଣିବଳୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ମୌସୁମି ବାୟୁ ସକ୍ରିୟ ହୋଇଛି। ରାଜ୍ୟର ଅନେକ ସ୍ଥାନରେ ବର୍ଷା ପରିଲକ୍ଷିତ ହୋଇଥିବାବେଳେ ଆଗକୁ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପୂର୍ବଅନୁମାନ କରିଛି । ଆସନ୍ତା୨୪ ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଖର, ମୟୁରଭଞ୍ଜ, ବାଲେଶ୍ଵର, ନୂଆପଡା, ବରଗଡ଼, ସୋନପୁର ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣଂ ଜାରି କରିଛି । ବାକି ଅନ୍ୟ ୨୩ ଟି ଜିଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି । ଯାହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ।
ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯାହାର ପ୍ରଭାବ ଦକ୍ଷିଣ ଓଡିଶାରେ ପଡିବ।
Download Argus News App
