ସେହିପରି 22 ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ଏବଂ ଛତିଶଗଡ ଉପରେ ସକ୍ରିୟ ରହିଥିବା ବେଳେ 48ଘଣ୍ଟା ମଧ୍ୟରେ ଏହା ରାଜସ୍ତାନ ଆଡକୁ ଗତି କରିବ ବୋଲି ଜଣାପଡିଛି। ପ୍ରଭାବରେ ଉତ୍ତର ଏବଂ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରରେ ମାତ୍ରାଧିକ ବର୍ଷା ହେବା ନେଇ ଏସଆରସିଙ୍କ ପକ୍ଷରୁ ଏହି 3ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଲଗାତାର ଭାବେ ଲଘୁଚାପ ଏବଂ ସକ୍ରିୟ ମୌସୁମୀ ବାୟୁ ଯୋଗୁ ରାଜ୍ୟରେ ନିଅଣ୍ଟିଆ ବର୍ଷା 40ରୁ 17 ପ୍ରତିଶତକୁ ଖସିଆସିଛି। ପ୍ରଭାବରେ ଜୁଲାଇ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ସମ୍ପୂର୍ଣ୍ଣ ଭରଣା ହେବ ବୋଲି ଆଶା ରହିଛି।