ଉପନିର୍ବାଚନରେ ଭୋଟିଂକୁ ନେଇ ଭୟରେ ଭୋଟର। ଝାରବନ୍ଧ ବ୍ଲକର ଡୋଭା, ଜାମପାଲି, କୁକୁରୀପାଲି, ଲେଡଗିଢିପା, କାଶିପାଣି, ଯୋଗେନ୍ଦ୍ରନାଥପୁର, ନିତ୍ୟାନନ୍ଦପୁର, ଭଣ୍ଡାରୀ,ବିଲାସପୁର,ପୁଟକା,ପୁଟକାଢିପା ଆଦି ଗାଁ ଗୁଡିକରେ ମାଓ ଗତିବିଧି ଦେଖିବାକୁ ମିଳିଥାଏ। ଏବେ ଉପନିର୍ବାଚନରେ ମଧ୍ୟ ମାଓବାଦୀଙ୍କ ଭୟ ଥିବା ଲୋକେ କହୁଛନ୍ତି।
ସୀମାରେ ବି ମାଓବାଦୀ ପାଇଁ ଭୟ ଅଛି

ଅର୍ଗସ ବ୍ୟୁରୋ: ପଦମପୁର ନିର୍ବାଚନମଣ୍ଡଳୀରେ ଅଛି ୩୧୯ଟି ବୁଥ୍ ରହିଛି ସେଥିମଧ୍ୟରୁ ୭୪ଟି ହେଉଛି ମାଓପ୍ରଭାବିତ ଅଞ୍ଚଳରେ। ଗନ୍ଧମାର୍ଦନ ଜଙ୍ଗଳରେ ଗତକାଲି ଦୁଇଟି ମାଓବାଦୀ ଏସଓଜି ଯବାନ ଗୁଳିରେ ନିହତ ହୋଇଥିଲେ। ଆଜି ମଧ୍ୟ ସଦାନନ୍ଦପୁରରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସେଥିପାଇଁ ସର୍ଚ ଅପରେଶନ ବଢ଼ିଯାଇଛି। ପୋଷ୍ଟର ପରେ ବରଗଡ ଏସପି ସ୍ମିଥ ପି ପରମାର ଗାଁକୁ ଯାଇ ସ୍ଥିତି ପରଖିଥିଲେ। ସେପଟେ ବରଗଡ ସୀମା ଛତିଶଗଡ ସୀମାରେ ପୁଟକାଢିପାରେ ଲୋକେ ମାଓବାଦୀ ଯୋଗୁଁ ଭୟ ଥିବା କହୁଥିବା ବେଳେ ମାଓବାଦୀ ଆସିଲେ ପୋଲିସକୁ ଫୋନ କରିବୁ ବୋଲି କହୁଛନ୍ତି।
Download Argus News App
