ଅଧିକ ପଢନ୍ତୁ : ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ
ବର୍ଷା ଦିନରେ ରାସ୍ତା ଗୁଡିକର ଅବସ୍ଥା ଏତେ ଶୋଚନୀୟ ହୋଇଛି ଯେ କେବଳ ଗ୍ରାମବାସୀ ନୁଁହ ବରଂ ଶହ ଶହ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ସରକାର କୋଟି କୋଟି ଟଙ୍କା ନିର୍ମାଣ ପାଇଁ ସରକାର ଖର୍ଚ୍ଚ କରୁଥିବା ବେଳେ ଠିକାଦାର ମନ ଇଛା କାର୍ଯ୍ୟ କରୁଥିବାରୁ ଶୋଚନୀୟ ହୋଇ ପଡିଛି । ରାସ୍ତା ମରାମତି କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମରେ ଖର୍ଚ୍ଚ କରାଯାଉଛି ହେଲେ ଅବସ୍ଥା ସୁଧୁରୁନି । ଯାହା ଫଳରେ ସିମୋର ଗ୍ରାମ ନିକଟରେ ଥିବା ମୁଖ୍ଯ ରାସ୍ତା ଅଞ୍ଚଳର ରାସ୍ତା ସବୁ ଖାଲ ଖମାରେ ଭର୍ତ୍ତି । ଟିକିଏ ବର୍ଷା ହେଲେ ପାଣି ଜମୁଛି । ଯାହାଫଳରେ ଲୋକଙ୍କ ଯାତାୟତରେ ନାହିଁ ନଥିବା ଅସୁବିଧା ହେଉଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ମାନେ ଯାତ୍ରାୟତରେ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜୁଛି । ରାସ୍ତାର ଦୂରାବସ୍ଥା ଯୋଗୁଁ ପିଲାମାନେ ବିଳମ୍ବରେ ସ୍କୁଲରେ ପହଞ୍ଚୁଛନ୍ତି । ସାଇକଲରେ ଯାଉଥିବା ଲୋକ ଖାଲଖମା ହୋଇଥିବାରୁ ବର୍ଷା ଦିନେ ପାଣି ଜମା ହେବାରୁ ଦୁର୍ଘଟଣା ମଧ୍ୟ ହେଉଛି । ଏପରିକି ପାଣି ରାସ୍ତାରେ ଆଣ୍ଠୁଏ ଜମା ରହୁଥିବା ଅଭିଯୋଗ ହେଉଛି । ତେବେ ଏନେଇ ଜିଲ୍ଲା ପ୍ରଶାସନକୁ ଯେତେ ଗୁହାରୀ କଲେ ମଧ୍ୟ କୌଣସି ଲାଭ ମିଳୁନାହିଁ ବୋଲି ଲୋକେ କହିଛନ୍ତି ।