ଏଥିସହ 2ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ କାଳବୈଶାଖୀଜନିତ ବର୍ଷା ସହ ପବନର ବେଗ ୩୦ରୁ ୪୦ କିମ ରହିବାର ସମ୍ଭାବନା ଥିବାରୁ ଏହି ଦୁଇ ଦିନ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨ ଦିନ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବିଶେଷକରି ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ଯୋଗୁଁ ଅଂଶୁଘାତଜନିତ ସମସ୍ୟା ସୃଷ୍ଟି ହୋଇପାରେ । ଆସନ୍ତା ଦୁଇ ଦିନ ପାଇଁ ଏହି ତିନି ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଖରାରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।
ଘୋଷଣାରେ ସୀମିତ ମନ୍ଦିରର ପୁନରୁର୍ଦ୍ଧାର କାର୍ଯ୍ୟ

ଅର୍ଗସ ବ୍ୟୁରୋ: ଅବହେଳିତ ଅବସ୍ଥାରେ ରହିଛି ପୁରୀ ପିପିଲି ଦାଣ୍ଡମୁକୁନ୍ଦପୁର ଗୋପୀନାଥ ଦେବଙ୍କ ମନ୍ଦିର । ମନ୍ଦିରର ଗର୍ଭଗୃହରୁ ପାଣି ଗଳୁଥିବା ବେଳେ ଭୁଷୁଡ଼ି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦେଢ଼ ବର୍ଷ ତଳେ ମନ୍ଦିରର ପୁନରୁଦ୍ଧାର ଓ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଆଜି ଯାଏ ପ୍ରକଳ୍ପ କାମ ଆରମ୍
Download Argus News App
