୨୫ ବର୍ଷ ପୂର୍ବେ ତିନଟି ପଞ୍ଚାୟତକୁ ସଂଯୋଗ କରି ଏହି ରାସ୍ତା ନିର୍ମାଣ କରାଯାଇଥିଲା । ରକ୍ଷଣାବେକ୍ଷଣ କରା ନ ଯିବା ଫଳରେ ଏବେ ମରଣଯନ୍ତା ପାଲଟିଛି ରାସ୍ତା। ଯାତାୟତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରା ଦିନେ ଲୋକେ କଷ୍ଟେ ମଷ୍ଟେ ଯାତାୟତ କରୁଛନ୍ତି । ବର୍ଷା ଦିନରେ ରାସ୍ତା ଏମାନଙ୍କ ଦୁର୍ଦ୍ଦଶାର କାରଣ ସାଜିଛି। ରାସ୍ତା ତମାମ ଖାଲଖମା ହୋଇ ପାଣି ଜମି ଯାଉଛି। ବହୁବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ସହ ଖଣ୍ଡିଆ ଖାବରା ହୋଇ ମେଡ଼ିକାଲରେ ପଡ଼ୁଛନ୍ତି । ଏମିତି ବହୁ ନିର୍ବାଚନ ଗଲାଣି ଏବଂ କେତେ ପ୍ରଶାସନିକ ଅଧିକାରୀ ବଦଳି ହେଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ରାସ୍ତା ନିର୍ମାଣର ନା ଧରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର