୨୪ ଘଣ୍ଟାରେ ୧୦ଟି ଜିଲ୍ଲାରେ ୨୦୦ମିଲିମିଟର ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବିରମହାରାଜପୁରରେ ୫୦୦ ମିଲି ମିଟର ଉପରେ ବର୍ଷା ହୋଇଛି । ୬ଟି ବ୍ଲକରେ ୪୦୦ ମିଲିମିଟର ଉପରେ ବର୍ଷା ହୋଇଛି । ୫୬ ଟି ବ୍ଲକରେ ୨୦୦ ରୁ ୩୦୦ମିଲି ମିଟର ବର୍ଷା ହୋଇଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।
ଭୁବନେଶ୍ୱର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଛି । କିଛି ସ୍ଥାନରେ ଘର ଭାଙ୍ଗିଛି । ଗତକାଲି ସୁଦ୍ଧା ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି । ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ବୈତରଣୀକୁ ଆଲର୍ଟରେ ରଖାଯାଇଛି । ବ୍ରାହ୍ମଣୀ ଉପରେ ବି ନଜର ରଖାଯାଇଛି।
ଅନ୍ୟପଟେ ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା କରାଯାଉଛି। ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ । ତାକୁ ଦୃଷ୍ଟିରେ ହୀରାକୁଦର ୬ରୁ ୭ ଟି ଗେଟ ଖୋଲିପାରେ । କଟକ ମୁଣ୍ଡଳି ଦେଇ ୫ ଲକ୍ଷ ୬ ଲକ୍ଷ କ୍ୟୁସେକ ପାଣି ପାସ କରାଇ ଦେଲେ ବନ୍ୟା ସ୍ଥିତି ଉପୁଜିବ ନାହିଁ । ଯଦି ଅଧିକ ପାଣି ଆସେ ତେବେ ଆମକୁ ଅଧିକ ଗେଟ ଖୋଲିବୁ। ତେବେ ମହାନଦୀରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର।