ଏମାନେ ରୋଜଗାର କରିବା ଆଶାରେ ତ ଯାଆନ୍ତି ମାତ୍ର ଟଙ୍କାଟିଏ ବି ଘରକୁ ପଠାଇପାରନ୍ତିନି। ଅନେକ ଦାଦନ ଇଟାଭାଟିରେ କାମ କରୁଛନ୍ତି। ଏପରିକି ପ୍ରଶାସନ ପକ୍ଷରୁ ବି କୌଣସି ସହାୟତା ଏମାନଙ୍କୁ ମିଳେନି। ଜମିବାଡି ନଥିବାରୁ ଦଶହରା ପରେ ଏମାନେ ଦାଦନ ଖଟିବାକୁ ଯାଇଥାନ୍ତି।ଏପରିକି ଗାଁର ଅନେକ ପରିବାରରେ ତାଲା। ଅନେକ ପରିବାରର ସମସ୍ତ ଯାଆନ୍ତି ଦାଦନ ଖଟିବାକୁ।ବର୍ଷ ବର୍ଷ ଧରି ଅନେକ ପରିବାର ବାହାରେ ରହି ଦାଦନ ଖଟନ୍ତି। ଯାହାକି ବେଶ୍ ଚିନ୍ତାଜନକ। ଦାଦନମାନେ ଏକ ପ୍ରକାର ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି।
ଗାଁରେ ନାହାନ୍ତି ଭେଣ୍ଡିଆ ପିଲା, ଅଛନ୍ତି ତ କେବଳ ବୃଦ୍ଧ ଓ ମହିଳା

ଅର୍ଗସ ବ୍ୟୁରୋ: ପେଟ ଆଗରେ ଭୋଟ ତୁଚ୍ଛ। ଗାଁରେ ନାହାନ୍ତି ଭେଣ୍ଡିଆ ପିଲା। ପଦ୍ମପୁରର ବୁଟୁରାଖମାର ଗାଁରେ ଘରେ ଘରେ ତାଲା। ଘରେ ଅଛନ୍ତି ତ କେବଳ ବୃଦ୍ଧ ଓ ମହିଳା। ଗାଁର ଭେଣ୍ଡିଆମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଦିପଇସା ରୋଜଗାର କରିବେ ଏଇଆ ଆଶା। ମାତ୍ର ଦାଦନ ଖଟିବାକୁ ଯିବା ପରେ ଏହି ରୋଜଗାର ଆଶା ବି ମଉଳି ଯାଉଛି। ଶ୍ରମ ପାଇଁ ନା ମାଲିକା ପାଉଣା ଦେଉଛି,ନା ସର୍ଦ୍ଦାର ପଇସା ଦେଉଛି।
Download Argus News App
