ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ନାହିଁ କୋଭିସିଲ୍ଡ ଟିକା । ଟିକା ଅଭାବ ଯୋଗୁଁ ଜିଲ୍ଲାର 700ଟି କେନ୍ଦ୍ର ବନ୍ଦ ରହିଛି । ଟିକା ଅଭାବରୁ ଗତକାଲି ଟିକାକରଣ ବାଧାପ୍ରାପ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।
ଏନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇଦିନ ଭିତରେ ଟିକା ନ ଆସଲେ ଟିକାକରଣ ବାଧାପ୍ରାପ୍ତ ହେବ । ଗତକାଲି 2 ଲକ୍ଷ ଲୋକଙ୍କୁ ଦେବାକୁ ଲକ୍ଷ୍ୟ ଥିବାବେଳେ ଟିକା ଅଭାବରୁ 1 ଲକ୍ଷ 10 ହଜାର ଡୋଜ ଦିଆଯାଇଛି । 4 ଲକ୍ଷ 35 ହଜାର 320 ଡୋଜ କୋଭିସିଲ୍ଡ ଟିକା ରହିଛି । ଯାହାକି ଦୁଇଦିନ ଯିବ ।
ରାଜ୍ୟରେ 1 ଲକ୍ଷ 14 ହଜାର 490 ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି । ଯାହାକି 10 ଦିନ ଯିବ । ଏହା କେବଳ ଭୁବନେଶ୍ୱରରେ ଦିଆଯାଉଛି । 10 ଦିନ ପାଇଁ 25 ଲକ୍ଷ ଟିକାର ଆବଶ୍ୟକତା ଅଛି । ଗତକାଲି 700 ଟି ଟିକାକରଣ କେନ୍ଦ୍ର ବନ୍ଦ ହେଇଯାଇଛି । କୋରାପୁଟ ଜିଲ୍ଲାରେ ଗତକାଲି ଟିକାକରଣ ସମ୍ପୂର୍ଣ ବନ୍ଦ ଥିଲା ।
ସରକାରୀ ଓ ବେସରକାରୀ ସମସ୍ତ ଜାଗାରେ 11 ତାରିଖ ଠୁ ୱାର୍କ ପ୍ଲେସ ଭ୍ୟାକ୍ସିନେସନ ସେଣ୍ଟର କରିବାକୁ କେନ୍ଦ୍ରର ନିର୍ଦେଶ ରହିଛି । ଜିଲ୍ଲା ଟାସ୍କଫୋର୍ସ ଓ ମହାନଗର ନିଗମ କମିଶନରଙ୍କ ଅନୁମତି ନେବାକୁ ପଡିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ କହିଛନ୍ତି ।