ସେହିପରି ସ୍କୁଲ ରୁପାନ୍ତରିକରଣକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଥିଲା । ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଥିଲେ ଯେ ସ୍କୁଲ ରୁପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ ଆଣିଛନ୍ତି 5-T ସ୍କୁଲ ଗୁଡିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦେଉଛନ୍ତି । ଯାହା ଲଜ୍ୟା ଜନକ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲ ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲରେ 9 ଜଣ ଶିକ୍ଷକ ନାହାନ୍ତି । କେମିତି ରୁପାନ୍ତରିକରଣ କରୁଛନ୍ତି ସରକାର ।
ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ବି ସମାନ ଅଭିଯୋଗ ଆଣିଥିଲେ ଯେ ସ୍କୁଲରେ ଶିକ୍ଷକ ଅଭାବ ରହିଛି । ସେପଟେ 5-T ସ୍କୁଲ ଗୁଡିକ ପେମେଣ୍ଟ ହୋଇ ପାରୁନାହିଁ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା ଏ ପ୍ରସଙ୍ଗ ଉଠାଇଥିଲେ । ଗଣଶିକ୍ଷାମନ୍ତ୍ରୀ କହିଥିଲେ ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ । ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...