ତଦନୁଯାୟୀ ୫-ଟି ସଚିବଙ୍କ ନେତୃତ୍ୱରେ କଟକ ଯାଇଥିବା ଟିମ୍ ଉଭୟ ପଟ ବନ୍ଧ ରାସ୍ତାକୁ ୩ ଲେନ୍ ବିଶିଷ୍ଟ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ସେହି ଅନୁଯାୟୀ ବର୍ତ୍ତମାନ ଦକ୍ଷିଣ ପାଶ୍ୱର୍ରେ ଯୋବ୍ରା ଠାରୁ ହିନ୍ଦ୍ ସିନେମା ଛକ ଏବଂ ବାମ ପାଶ୍ୱର୍ରେ ଯୋବ୍ରା ଠାରୁ କଟକ ମିଠା ଦୋକାନ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ବନ୍ଧକୁ ରାଜ୍ୟ ଯୋଜନାରେ ସମ୍ପ୍ରସାରିତ କରାଯିବ । ଉଭୟ ପାଶ୍ୱର୍ ବନ୍ଧର ଦୈର୍ଘ୍ୟ ୧୫୫୦ ମିଟର ରହିଛି । ମାଲ ପରିବହନ ପାଇଁ ବନ୍ଧର ଚଉଡା ୩.୫ ମିଟରରୁ ୯.୩୦ ମିଟରକୁ ବୃଦ୍ଧି କରାଯିବ । ଏହି ସଡକ ପାଶ୍ୱର୍ରେ ୯୫୦ ମିଟର ଦୈର୍ଘ୍ୟର ସଡକ ରହିବ । ସେହିଭଳି ଆଉ ଗୋଟିଏ ବନ୍ଧର ଚଉଡା ୩.୫ ମିଟରରୁ ୧୨.୩୦ମିଟରକୁ ବୃଦ୍ଧି କରାଯିବ ଏବଂ ଏହା ପାଶ୍ୱର୍ରେ ୬୦୦ ମିଟରର ସଡକ ରହିବ । ସେହିଭଳି ପ୍ରସ୍ତାବିତ ସଡକ ପାଶ୍ୱର୍ରେ ୧୫ମିଟର ଚଉଡାର ପାଦଚଲା ରାସ୍ତା ରହିବ । ସଡକର ଉଭୟ ପାଶ୍ୱର୍ରେ ଗାଡି ରଖିବା ପାଇଁ ସ୍ଥାନ ନିର୍ଦ୍ଧାରଣ ହେବ । ବନ୍ଧର ଉଭୟ ପାଶ୍ୱର୍ରେ ଗଛ ଲଗାଇ ସୌନ୍ଦର୍ଯ୍ୟକରଣ କରାଯିବା ସହିତ ସବୁଜ ବଳୟ ସୃଷ୍ଟି ହେବ । ବାମପାଶ୍ୱର୍ ବନ୍ଧରେ ପାର୍କିଂ ସୁବିଧା ସହିତ ଲ୍ୟାଣ୍ଡସ୍କେପିଙ୍ଗ୍ କରାଯିବ । ପ୍ରସ୍ତାବିତ ନୂତନ ସଡକକୁ ଆଲୋକିକରଣ ଲାଗି ଆବଶ୍ୟକ ପରିମାଣର ଷ୍ଟ୍ରିଟ୍ ଲାଇଟ୍ ଲଗାଯିବାର ବ୍ୟବସ୍ଥା ହୋଇଛି ।
କଟକରେ ହେବାକୁ ଥିବା ବିଭିନ୍ନ ଉଦ୍ଘାଟନୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଟିମ୍ ସମୀକ୍ଷା କରିଛନ୍ତି । ତାଳଦଣ୍ଡା କେନାଲ ସଫେଇ, ଏସ୍ସିବି ମେଡିକାଲ କଲେଜ ଜମିର ଉନ୍ନତିକରଣ, ଟ୍ରାଫିକ ବ୍ୟବସ୍ଥାର ସୁଦୃଢୀକରଣ ଓ ପାର୍କିଂ, ଭବିଷ୍ୟତର ସମ୍ପ୍ରସାରଣ ଓ ଛତ୍ରବଜାର ଅଞ୍ଚଳର ଉନ୍ନତିକରଣ ସମ୍ପର୍କରେ ଏହି ଟିମ୍ ଅନୁଧ୍ୟାନ କରିଛନ୍ତି ।