ଭୁବନେଶ୍ୱର: ଅଫିସରେ ଦିଆଯିବ କୋରନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ । ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ ଟୀକା । ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 92 ହଜାର ଡାଟା ବେସ ପ୍ରସ୍ତୁତ ହୋଇସାରିଛି । ଏହି ଟିକା କରଣ କାର୍ଯ୍ୟ 6 ତାରିଖରୁ ଆରମ୍ଭ ହେବ । 3 ସପ୍ତାହ ମଧ୍ୟରେ ସମୁଖ ଯୋଦ୍ଧା ମାନଙ୍କର ଟୀକା କରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଛି ।
ଓଡିଶାକୁ ଆଜି 63 ହଜାର 90 ଡୋଜ କୋଭିସିଲଡ଼ ଓ 83ହଜାର 500 କଭାସ୍କିନ ଟିକା ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2 ଲକ୍ଷ 8 ହଜାର 205 ଜଣଙ୍କୁ ଟୀକା ଦିଆଯାଇଛି । ଯାହା 62 ପ୍ରତିଶତ ଅଟେ । ପ୍ରଥମ ଫେଜ ଟିକା କରଣ 10 ତାରିଖ ଭିତରେ ଶେଷ ହେବ । ଫେବ୍ରୁଆରୀ 15 ତାରିଖରୁ ପ୍ରଥମ ଫେଜର ସେକେଣ୍ଡ ଡୋଜ ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।