ସୁନ୍ଦରଗଡ଼: ଲାଞ୍ଚୁଆ ସରକାରୀ ଡାକ୍ତର । ସରକାରୀ ଫର୍ମରେ ଦସ୍ତଖତ କରିବା ପାଇଁ ଲୋକଙ୍କୁ ମାଗୁଛନ୍ତି ୨୦୦ ଟଙ୍କା ଲାଞ୍ଚ। ରାଉରକେଲା ସରକାରୀ ଡାକ୍ତରଖାନାର ନର୍ସ ଲାଞ୍ଚ ନେବା ଘଟଣାର ଆମେ କରିଥିଲୁ ଖୁଲାସା । ଏବେ ସାମ୍ନାକୁ ଆସିଛି କୋଏଲ ନଗର ହେଲଥ କେୟାର ସେଣ୍ଟର ଡାକ୍ତର ଦିଲେଶ୍ୱର ଜିତଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ।
ଯାହାର ଏକ ଅଡିଓ କ୍ଲିପ ଲାଗିଛି ଅର୍ଗସ ହାତରେ । ଅଡିଓ କ୍ଲିପରେ ମହିଳା ଏବଂ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଶୁଣାଯାଇଛି । ମହିଳା ଜଣଙ୍କ କଣ ପାଇଁ ଲାଞ୍ଚ ଦେବୁ ବୋଲି ଡାକ୍ତରଙ୍କ ସହ ଯୁକ୍ତି ବାଢ଼ୁଛନ୍ତି । ସମାନ କ୍ଲିପରେ ଡାକ୍ତର ଜଣଙ୍କ ମଧ୍ୟ ଲାଞ୍ଚ ନଦେଲେ କାମ ହେବନି କହି ଯାହା କରିବା କଥା କର ବୋଲି ଖୁଲମ ଖୁଲା ଧମକ ଦେଉଛନ୍ତି । ଡିଏଲ ପାଇଁ ଜଣେ ବୟସ୍କ ବ୍ୟକ୍ତି ଏକ ସରକାରୀ ଫର୍ମ ପୂରଣ ପାଇଁ ଯାଇଥିବାବେଳେ ଦସ୍ତଖତ ପାଇଁ ମାଗିଥିଲେ ୨୦୦ ଟଙ୍କା ଲାଞ୍ଚ । ତେବେ ପ୍ରଶ୍ନ ଉଠୁଛି, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ୫ଟି ଅଧୀନରେ ଥିଲାବେଳେ କେଉଁ ସାହସରେ ଖୋଲା ଖୋଲି ଲୋକଙ୍କୁ ଲାଞ୍ଚ ମାଗୁଛନ୍ତି ଡାକ୍ତର ?