ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଗାଡ଼ିରେ ଚୋରାକାଠ ଚାଲାଣ କରାଯାଉଥିବା ନେଇ ବନବିଭାଗ ଖବର ପାଇବା ପରେ ଚୋରା କାଠ ଗାଡିର ପିଛା କରି କାଠ ଗାଡିକୁ ଧରିବାରେ ସଫଳ ହୋଇଥିଲା। ବନବିଭାଗ ଚୋରା କାଠ ଗାଡିକୁ ଜବତ କରି ଘଟଗାଁ ବନ କାର୍ଯ୍ୟାଳୟକୁ ଆଣୁଥିବା ସମୟରେ ବାଲିଯୋଡି ନିକଟରେ ହଠାତ ୩ ଟି ଗାଡ଼ିରେ କାଠ ମାଫିଆ ମାନେ ଆସି ବନବିଭାଗ କର୍ମଚାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିସହ ବନବିଭାଗର ଏକ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିବା ପରେ ଜବତ ଚୋରାକାଠ ଗାଡିଟିକୁ ନେଇ ଫେରାର ହୋଇ ଯାଇଥିଲେ। ତେବେ ଘଟଣା ଘଟାଇ ଥିବା ମାଫିଆ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର