ସେପଟେ ଏହି ଘଟଣାକୁ ନେଇ ତୀବ୍ର ହୋଇଛି ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ 4ଟି ପ୍ରଶ୍ନ କରିଛି ବିଜେପି
1. ଓଡ଼ିଶାର ଗରିବ ଲୋକଙ୍କୁ ମୋଦୀ ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର କେବେ ଦେବେ ଏବଂ କେବେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ମିଳିବା ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର ?
2. ଯେଉଁ ତାଲିକା ଚୁଡାନ୍ତ ହୋଇଛି ସେଥିରୁ ଅଯୋଗ୍ୟଙ୍କ ନାମ କଟାଯାଇଛି କି ନାହିଁ ବୋଲି ସ୍ପଷ୍ଟ କରନ୍ତୁ ସରକାର ?
3. ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେବେ ସାର୍ବଜନୀନ କରିବେ ?
4. ବାକି ଥିବା ଲୋକଙ୍କ ନାମ କେବେ ରାଜ୍ୟ ସରକାର ଯୋଡ଼ିବେ ସ୍ପଷ୍ଟ କରନ୍ତୁ ?
ଖୁବଶୀଘ୍ର ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ବିଜେପି । କଂଗ୍ରେସ ବି ସେହିପରି ବି ସମାଲୋଚନା କରିଥିବା ବେଳେ ମନ୍ତ୍ରୀ କଣ କହୁଛନ୍ତି ଶୁଣନ୍ତୁ ।
22ରେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ତ ହୋଇପାରିଲାନି ଏବେ ରାଜ୍ୟ ସରକାରଙ୍କ ହିତଧକାରୀ ଚୟନରେ ବିଳମ୍ବ ଯୋଗୁ ଏହା 24ରେ ହେବ କି ନାହିଁ ସନ୍ଦେହ । 2019 ସୁଦ୍ଦା ଆବାସ ଗ୍ୟାରେଣ୍ଟି ଦେଇଥିଲେ ସରକାର। ହେଲେ ଏହା କାହିଁକି ହେଲାନି ତା ଉତ୍ତର ସରକାରଙ୍କ ପାଖରେ ନାହିଁ। ଏବେ ପ୍ରଶ୍ନ ଯଦି ପଞ୍ଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଲାଣି ତେବେ ରାଜ୍ୟ ସରକାର କାହିଁକି ୫ ମାସ ହେଲା ତାଲିକାକୁ ଚାପିକି ବସିଛନ୍ତି? କାହିଁକି ଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନରେ ଟାଳଟୁଳ ନୀତି ଆପଣଉଛନ୍ତି ?
ଅଧିକ ପଢ଼ନ୍ତୁ ଓଡିଶା ଖବର: